
ଆସିକା,୨୪/୮(ଜିଲ୍ଳାଖବର) : ଆସିକା ବ୍ଲକ ବାବନପୁର ଗ୍ରାମରେ ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ବାବନପୁର ମୁଠାର ତୃତୀୟ ନୈବେଦ୍ୟ ନନ୍ଦ ଉତ୍ସବ-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ସ୍ଥାନୀୟ ଲୋକନାଥ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଥିବା ବେଳେ ଷୋହଳଖଣ୍ଡ ଗୋପାଳ ସମାଜ ବାବନପୁର ମୁଠା ପକ୍ଷରୁ ଆୟୋଜନ କରାଯାଇଥିଲା । ଏହ କାର୍ଯ୍ୟକ୍ରମକୁ ବାବନପୁର ଗ୍ରାମବାସୀ ଓ ଅଂଚଳ ବାସି ସହ ଯୋଗ କରିଥିଲେ । ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ ନିତି ନିୟମ ଅନୁଯାୟୀ ପ୍ରାତଃ ସକାଳେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା । ଏହାପରେ ଆସିକା ଋଷିକୁଲ୍ୟା ଓ ବଡନଦୀ ପବିତ୍ର ସଙ୍ଗମ ସ୍ଥଳ ଉତରବାଙ୍କ ଠାରେ ଜଳ ଆଣି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜଳଯାତ୍ରା, ପିଠ ପୂଜା, ବରୁଣ, ଗଙ୍ଗାକୁ ଆବାହନ କରାଯିବା ପରେ ହୋମ କାର୍ଯ୍ୟ ଆଦି ନଦୀ ପଠା ଠାରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସିିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ , ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ, ସମାଜସେବୀ ତଥା ଗଞ୍ଜାମ ଜିଲ୍ଲା ଜୁଡୋ ଆସୋସିଏସନ ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ସରପଚଂ ସୈାଦାମିନୀ ନାୟକ, ସମିିତିସଭ୍ୟ ନର୍ମଦା ମୁନୀ ପ୍ରମୁଖ ଯୋଗ ଦେଇ ଥିଲେ । ପ୍ରଥମେ ବାବନପୁର ଗ୍ରାମ ଆଦର୍ଶ ଶିଶୁ ମନ୍ଦିରରେ ଯୋଗ ଦେଇ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ବାବନପୁର ଗ୍ରାମ ପଚାଂୟତ ପୂର୍ବତନ ସାଂସଦ ଶ୍ରୀ ଲଡୁକିଶୋର ସ୍ୱାଇଁଙ୍କ ହତା ପାଣ୍ଠିରୁ ନିର୍ମିତ ଗୋଷ୍ଟିକେନ୍ଦ୍ର ଗୃହ, ଦିବ୍ୟ ଜୀବନ ଗୃହ, ପଚାଂୟତ ଅଫିସ ଗୃହ, ଗୋପାଳ ସମାଜ କୋଠ ଘରର ପ୍ରମୁଖ ଶୁଭ ଉଦଘାଟନ ସାଂସଦ ପ୍ରମିଳା ବିଷୋୟୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଜୋନ ନମ୍ବର-୪ ଶିବଶଙ୍କର ମହାନ୍ତି, ରାଜେଶ ପଟ୍ଟନାୟକ, ଗୋପାଳ ସମାଜ ସଭାପତି ମଙ୍ଗୁଳୁ ଗୈାଡ, ସମ୍ପାଦକ ମହେଶ୍ୱର ଗୋଡ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ପାଇଁ ନନ୍ଦ ଉତ୍ସବ ପରିଚାଳନା ପରିଷଦ ଏବଂ ସଭ୍ୟ ବୃନ୍ଦ ଘୁମୁସର ତାଲୁକା, ଷୋହଳଖଣ୍ଡ ଗୋପାଳ ସମାଜ ବାବନପୁର ମୁଠାର ବହୁ ସଦସ୍ୟ ସହ ଯୋଗ କରିଥିଲେ । ଆସନ୍ତା କାଲି ନନ୍ଦ ଉତ୍ସବ ଅନୁଷ୍ଠିତ ହେବାକୁ କାର୍ଯ୍ୟକ୍ରମ ରହିଥିବା ବେଳେ ଘୃତ ଯଜ୍ଞ ପୂର୍ଣ୍ଣାହୁତି, ଗୋପାଳ କୃଷ୍ଣଙ୍କ ନଗର ପରିକ୍ରମା, ବିସର୍ଜନ ଏବଂ ଶେଷରେ ପ୍ରସାଦ ସେବନର ବନେ୍ଦାବସ୍ଥ ରହିଥିବା ରହିଥିବା ଜଣାଯାଇଛି ।



