
ଆସିକା (ଜିଲ୍ଲା ଖବର) : ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ୬୨ ତମ ବାର୍ଷିକ ଉତ୍ସବ। ଉକ୍ତ କାର୍ଯ୍ୟକ୍ରମରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ସମ୍ନାନୀତ ଅତିଥି ଭାବେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଧରାକୋଟ ବ୍ଳକ ଶିକ୍ଷାଧିକାରୀ ରବିନ୍ଦ୍ର କୁମାର ପଣ୍ଡା ଏବଂ ବିଦ୍ୟାଳୟର ପରିଚାଳନା କମିଟି ସଭାପତି କ୍ଷିରୋଦ ଚନ୍ଦ୍ର ବେହେରା , ପୂର୍ବତନ ପରିଚାଳନା କମିଟି ସଭାପତି ମୋହନ ରାଓ ଦୋରା ଏବଂ ଆସିକା ଏନ ଏ ସି , ସି ଆର ସି ସି ସରୋଜ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜଲି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଅଛି। ଏବଂ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ତତସହିତ ସୁନ୍ଦର ଆଲୋକ ସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ପ୍ରତି ସଚେତନତା ର ବାର୍ତ୍ତା ନେଇ ଏକ ସୁନ୍ଦର ନାଟକ ପରିବେଷଣ ଦ୍ୱାରା ବର୍ଣ୍ଣାଢ୍ୟମୟ ପରିବେଶ ଓ ସମସ୍ତ ଅଭିଭାବକ ଅଭିଭାବିକା ମନରେ ଉତ୍କଣ୍ଠା ଜାଗ୍ରତ କରାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର ।


















