Home ଜାତୀୟ ମହାରାଷ୍ଟ୍ରର ବଧାବନଠାରେ ଏକ ନୂଆ ପ୍ରମୁଖ ବନ୍ଦର ପ୍ରତିଷ୍ଠା ଲାଗି କ୍ୟାବିନେଟର ନୀତିଗତ ମଞ୍ଜୁରି

ମହାରାଷ୍ଟ୍ରର ବଧାବନଠାରେ ଏକ ନୂଆ ପ୍ରମୁଖ ବନ୍ଦର ପ୍ରତିଷ୍ଠା ଲାଗି କ୍ୟାବିନେଟର ନୀତିଗତ ମଞ୍ଜୁରି

21
Representative Image

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଦହାନୁ ନିକଟବର୍ତ୍ତୀ ବଧାବନଠାରେ ଏକ ନୂଆ ପ୍ରମୁଖ ବନ୍ଧର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୬୫,୫୪୪.୫୪ କୋଟି ଟଙ୍କା ।

ବଧାବନ ବନ୍ଦର ‘ଲ୍ୟାଣ୍ଡ ଲର୍ଡ ମଡେଲ’ ଅନୁଯାୟୀ ବିକଶିତ କରାଯିବ । ଏହି ବନ୍ଦରକୁ ବିକଶିତ କରିବା ଲାଗି ପ୍ରମୁଖ ଭାଗୀଦାର ଭାବେ ଜବାହାର ଲାଲ ନେହରୁ ପୋର୍ଟ ଟ୍ରଷ୍ଟ ସହ ୫୦% ବା ତଦୁର୍ଦ୍ଧ ଇକ୍ୟୁଟି ସେୟାର ସହ ଏକ ସ୍ପେଶିଆଲ ପରପୋଜ ଭେଇକିଲ (ଏସପିଭି) ଗଠନ କରାଯିବ । ଏହି ଏସପିଭି ପୋର୍ଟର ଭିତ୍ତିଭୂମି ସହିତ ବ୍ରେକ ୱାଟରର ନିର୍ମାଣ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପନ ଆଦି କାର୍ୟ୍ୟର ବିକାଶ କରିବ । ଅନ୍ୟ ସମସ୍ତ ବାଣିଜ୍ୟିକ କାର୍ୟ୍ୟ ବେସରକାରୀ ସଂସ୍ଥାମାନେ ପିପିପି ମୋଡରେ ସମ୍ପାଦନ କରିବେ ।

ଭାରତର ସର୍ବବୃହତ କଣ୍ଟେନର କ୍ଷମତାଧାରୀ ଜେଏନ ବନ୍ଦରର ସ୍ଥାନ ବିଶ୍ଵରେ ୨୮ତମ ଏବଂ ଏହାର ଯାତାୟାତ କ୍ଷମତା ୫.୧ ମିଲିୟନ ଟିଇୟୁ । ଜେଏନ ବନ୍ଦରର ଚତୁର୍ଥ ଟର୍ମିନାଲ କାର୍ୟ୍ୟ ସମ୍ପନ୍ନ ହେବା ପରେ ଏହାର କ୍ଷମତା ୨୦୨୩ ସୁଦ୍ଧା ୧୦ ମିଲିୟନ ଟିଇୟୁକୁ ବୃଦ୍ଧି ପାଇବ ଏବଂ ଏହା ବିଶ୍ଵର ୧୭ତମ ବୃହତ କଣ୍ଟେନର ବନ୍ଦରରେ ପରିଣତ ହେବ । ବଧାବନ ବନ୍ଦରର ବିକାଶ ଫଳରେ ଭାରତ ବିଶ୍ଵର ଶୀର୍ଷ ୧୦ କଣ୍ଟେନର କ୍ଷମତାଧାରୀ ବନ୍ଦର ମଧ୍ୟରେ ସ୍ଥାନ ପାଇବ ।

ମହାରାଷ୍ଟ୍ରର ଜେଏନପିଟି ଭାରତର ବୃହତମ କଣ୍ଟେନର କ୍ଷମତାଧାରୀ ବନ୍ଦର । ଏହି ବନ୍ଦର ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଏନସିଆର, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟର ବାଣିଜ୍ୟ କାରବାରରେ ସହାୟକ ହେଉଛି । ଜେଏନପିଟି ବନ୍ଦରରେ ବୃହତ କଣ୍ଟେନରଧାରୀ ଜାହାଜକୁ ସ୍ଥାନ ଦେବା ତଥା ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ଏକ ଡିପ ଡ୍ରାଫ୍ଟ ବନ୍ଦର ଜରୁରୀ । ଜେଏନପିଟି ଏବଂ ମୁନ୍ଦ୍ରା ଉଭୟ କେବଳ ମଧ୍ୟମ ବର୍ଗର କଣ୍ଟେନର ଜାହାଜ ଯାହାର ଡ୍ରାଫ୍ଟ ୧୫ ମିଟର ଏବଂ ୧୬ ମିଟର ତାହାକୁ ପରିଚାଳନା କରୁଛନ୍ତି । ବଧାବନ ବନ୍ଦରର ତଟ ସଂଲଗ୍ନ ୨୦ ମିଟରର ପ୍ରାକୃତିକ ଡ୍ରାଫ୍ଟ ରହିଛି, ଯାହାକି ଏହାକୁ ବୃହତ କଣ୍ଟେନରଧାରୀ ଜାହାଜକୁ ପରିଚାଳନା କରିବାରେ ସହାୟକ ହେବ । ବଧାବନ ବନ୍ଦରର ବିକାଶ ୧୬,୦୦୦ – ୨୫,୦୦୦ ଟିଇୟୁ କ୍ଷମତାସମ୍ପନ୍ନ ଜାହାଜଗୁଡିକର ପରିଚାଳନାରେ ସହାୟକ ହେବ ଯାହାଫଳରେ ପରିବହନ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ଏବଂ ବ୍ୟବସାୟରେ ବୃଦ୍ଧି ଘଟିବ ।

ସ୍ରୋତ-ପିଆବି