ଆସିକା ଭଗବତୀ ଟୁଙ୍ଗୀ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଜନ୍ମ ଶ୍ରାଦ୍ଧବାର୍ଷିକୀ ପାଳିତ

46

ଆସିକା,୨୪/୮(ଜିଲ୍ଳାଖବର) : ଆସିକା ସ୍ଥାନୀୟ ଭଗବତୀ ଟୁଙ୍ଗି ରାଧେ ରାଧେ ମନ୍ଦିର ପରିସରରେ ବିଶ୍ୱ ହିନ୍ଧୁ ପରିଷଦ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ କାର୍ଯ୍ୟରେ ସିଦେ୍ଧଶ୍ୱର ପାଣିଗ୍ରାହି କର୍ତା ଦାୟିତ୍ୱରେ ଥିଲେ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ଏକକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ହୋଇଥିଲା । ଏହି ଅବସରରେ ଆସିକା ବିଶ୍ୱ ହିନ୍ଧୁ ପରିଷଦର ସଦସ୍ୟ ସମ୍ପାଦକ ଶ୍ରୀ ମହାଦେବ ସେଠି, ସଭାପତି ଡଃ. ବିମଳ ପ୍ରସାଦ ପଟ୍ଟନାୟକ, ଶ୍ରୀ ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ,ଉପସଭାପତି ନନ୍ଦକିଶୋର ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ନାରାୟଣ ରଥ ସମେତ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସଂଘଚାଳକ ଶ୍ରୀ ରାମ ଭାଇ, ଶ୍ରୀନୁ ଭାଇ, ନାଗେଶ୍ୱର ଭାଇଙ୍କ ମିଳିତ ଆନୁକୁଲ୍ୟରେ ସୂଚାରୁ ରୁପେ ପରିଚାଳନା କରାଯାଇଥିଲା । ଯଜ୍ଞ ପରିଚାଳନା ନିମନ୍ତେ ଆସିକା ଗାୟତ୍ରୀ ପରିବାରର କାଳୁଚରଣ ମହାରଣା, ପାଣ୍ଡବ ଗୈାଡ, ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ, ଚିତ୍ରସେନ ଡାକୁଆ,ପଚାଂନନ ନାହକ, ପ୍ରକାଶ ଚନ୍ଦ୍ର ଆଚାରୀ ପ୍ରମୁଖ ମହାଯଜ୍ଞ ମାଧ୍ୟମରେ ଜନ୍ମାଷ୍ଟମୀ ପର୍ବର ଉଦେ୍ଧଶ୍ୟ ଏବଂ ଲକ୍ଷ୍ୟକୁ ଉପସ୍ଥାପନ କରିଥିଲେ । ଶ୍ରୀ ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଆଗାମୀ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ସଫଳ ରୁପରେଖକୁ ଉପସ୍ଥାପନ କରିଥିଲେ ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହା ସହିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଶ୍ରାଦ୍ଧ ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଉତ୍ସବରେ ବିଶ୍ୱହିନ୍ଦୁ ପରିଷଦର ଉକ୍ରଳ ପ୍ରାନ୍ତ ପୂର୍ବ ପ୍ରାଖଣ୍ଡ ଶ୍ରୀଯୁକ୍ତ ମୁରଳିଧର ପଣ୍ଡା ହିନ୍ଦୁତ୍ୱ ବିଚାରକୁ ଘରେ ଘରେ କିପରି ପ୍ରଜ୍ଜଳିତ କରି ବିଶ୍ୱହିନ୍ଦୁ ପରିଷଦର ବିରାଟ ଲକ୍ଷ୍ୟକୁ ସାକାର କରିବାରେ ପ୍ରତ୍ୟେକ ପରିଜନ ନିଜ ନିଜ କ୍ଷେତ୍ରରେ ଉର୍ଜ୍ଜା ଜାଗ୍ରତ କରିବେ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତିଙ୍କ ସ୍ମୃତିଚାରଣ କରି ତାଙ୍କ ସ୍ୱପ୍ନକୁ ସାକାର କରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।