Saturday, October 10, 2026
Home ଜାତୀୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଲାଗି ଆଲାଏନ୍ସ ଏୟାରକୁ...

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଲାଗି ଆଲାଏନ୍ସ ଏୟାରକୁ ବିତରଣ ଅନୁମତି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

64
Image: Global Punjab

ନୂଆଦିଲ୍ଲୀ ; ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଉଦ୍ଦେଶ୍ୟରେ ଏୟାର ଇଣ୍ଡିଆର ଶତପ୍ରତିଶତ ସହାୟକ କମ୍ପାନୀ ମେସର୍ସ ଆଲାଏନ୍ସ ଏୟାରକୁ ବିତରଣ ସୁବିଧା ପ୍ରଦାନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ମେସର୍ସ ଆଲାଏନ୍ସ ଏୟାରକୁ ଏକ ଅନ୍ତରୀଣ ସମୟ ପାଇଁ ସ୍ୱତନ୍ତ୍ର ବିତରଣ ଅନୁମତି ଦିଆଯିବ । ଯେପର୍ୟ୍ୟନ୍ତ ଆଲାଏନ୍ସ ଏୟାର ନିଜ ଘରୋଇ ଚଳାଚଳ କ୍ଷମତାର ସର୍ବନିମ୍ନ ୨୦ଟି ବିମାନ କିମ୍ବା ୨୦ ପ୍ରତିଶତ ବିମାନ (ଯାହା ସର୍ବାଧିକ ହୋଇଥିବ) ନିୟୋଜିତ କରିନପାରିଛି ସେପର୍ୟ୍ୟନ୍ତ ଏହି ଅନୁମତି ବଳବତର ରହିବ ।

ଶ୍ରୀଲଙ୍କା ସହିତ ଭାରତର ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଏବଂ ଜନସମ୍ପର୍କକୁ ସମ୍ପ୍ରସାରିତ କରିବା ଆମ ପାଇଁ ହିତକର । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତର ରାଜନୈତିକ ଏବଂ ରଣନୈତିକ ହିତ ଲାଗି ଦେଶର ଦକ୍ଷିଣ ଭାଗରୁ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବବର୍ତ୍ତୀ ମହାନଗର ପାଲାଲୀ ଓ ବଟ୍ଟିକଲୋଆ ମହାନଗରକୁ ବିମାନ ସେବା ଆରମ୍ଭ କରିବା ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମଞ୍ଜୁରି ପୂର୍ବରୁ ପାଲାଲୀ ଏବଂ ବଟ୍ଟୀକଲୋଆ ବିମାନ ବନ୍ଦରକୁ କୌଣସି ବାଣିଜ୍ୟିକ ବିମାନ ଚଳାଚଳ କରୁନଥିଲା ।