
ବିଷମକଟକ, ୨୯-୯(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତି ଅନ୍ତର୍ଗତ ହାଟମୁନିଗୁଡା (୨) ଏବଂ ପୁଷୁଗୁଡା ଠାରେ ତିନିଦିନ ଧରି ‘ଆଙ୍ଗନ ଉତ୍ସବ’ ପାଳିତ ହୋଇଯାଇଛି। ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ପୋଷଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୋଷଣ ମାସ ଅବସରରେ ବିଭିନ୍ନ ସଚେତନତାମୂଳକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରକାର ସ୍ଥାନୀୟ ଫଳ, ପନିପରିବା, ବିଭିନ୍ନ ପ୍ରକାର ସାଗ ଏବଂ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା। ପୁରୁଷ ଓ ମହିଳାଙ୍କ ସହଯୋଗରେ ଖାଦ୍ୟ ପ୍ରସ୍ତୁତି କରାଯାଇ ଉପସ୍ଥିତ ଅତିଥି, ବିଚାରକ ମଣ୍ଡଳୀ ଓ ଅନ୍ୟମାନଙ୍କୁ ପରିବେଷଣ କରାଯାଇଥିଲା।
ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଉପଢ଼ୌକନ ସହ ଜିଲ୍ଲାପାଳଙ୍କ ସ୍ୱାକ୍ଷର ଥିବା ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଓ ସୃଜନଶୀଳତା ବଢ଼ାଇବା ପାଇଁ ବିଭିନ୍ନ ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ଆୟୋଜନ କରାଯାଇଥିଲା। ଏଥିସହ ଦାଦା-ଦାଦୀଙ୍କ ଦ୍ୱାରା କଥାବାଚନ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ‘ଆମ କୁନିପିଲା’, ‘ମୋ ବିକାଶ ପତ୍ର’ ଓ ‘ଶିଖିବା ଲାଳନ-ପାଳନ’ ଭଳି ଅଧ୍ୟୟନ ଓ ଶିକ୍ଷଣୀୟ ସାମଗ୍ରୀ ସହ ବିଭିନ୍ନ ଖେଳନା ପ୍ରଦର୍ଶନ କରାଯାଇଏହାର ଉପଯୋଗ ଓ ବ୍ୟବହାର ସମ୍ପର୍କରେ ମଧ୍ୟ ଅଭିଭାବକ ଓ ଉପସ୍ଥିତ ଲୋକମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଅବସରରେ ଅଙ୍ଗନବାଡ଼ି କର୍ମୀ ହର୍ଷିତା ସେଠୀ, ଆଶା କର୍ମୀ ଅଞ୍ଜଳି ଗାଙ୍ଗନାଦୋରା ଏବଂ ସହାୟିକା ପାକି ଜୟାଙ୍କୁ ଉପସ୍ଥିତ ଅତିଥିମାନେ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସହାୟକ ଯନ୍ତ୍ରୀ ଧୀମାନ ସୁଦର୍ଶନ ଜୀ ଯୋଗଦେଇଥିଲେ। ଏଥିସହ ବାଦଲ କୁମାର ରଣା, ରମେଶ ଚନ୍ଦ୍ର ପାକି, ରାମ ଉର୍ଲାକା, ବାବୁଲା ଗୁଲା, ରାମଦାସ ଉର୍ଲାକା, ସଦାନନ୍ଦ ସାହୁ, ପାକି ଗଙ୍ଗା, ଆଶିଷ ଜେନା, ହଜାରି ଜେନା, ସହଦେବ କାଡ୍ରାକା, ଭରତ ଗୁଲା, ଈଶ୍ୱର ଗୁମ୍ଫା, ବୁଧି ସେଠୀ, ସୁଶୀଳା ସେଠୀ,ଅନନ୍ତ ସାରକା, ଉପେନ୍ଦ୍ର ସିକକା, ଗୀତା କେରଜଲା, ପ୍ରତି କେରଜଲା, ଶାନ୍ତି ଗାଙ୍ଗାଡା, ସୁଦର୍ଶନ କାଡ୍ରାକା, ସରିତା ସେଙ୍କେରି, ଗିରିଜା ଜେନା,ଶିବାନୀଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।
ମହିଳା ଓ ଶିଶୁ ବିକାଶ ତଥା ସୁଭଦ୍ରା ବିଭାଗ, ବିଷମକଟକ ପକ୍ଷରୁ ସ୍ମିତା ମଲିକ ଏବଂ ସ୍ନେହା ବଳିଆର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ରେ ବରିଷ୍ଠ ସମାଜସେବୀ ସୁକାନ୍ତ କୁମାର ସେଠୀ ଉପସ୍ଥିତ ସମସ୍ତ ଅତିଥି, କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସହାୟିକା ଓ ହିତାଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



