Monday, October 12, 2026
Home ଆଞ୍ଚଳିକ ବ୍ରହ୍ମପୁର ସିଟି କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର ।

ବ୍ରହ୍ମପୁର ସିଟି କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର ।

61

ବ୍ରହ୍ମପୁର (ଜିଲ୍ଲା ଖବର) : ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି କଲେଜରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଉକ୍ତଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଧ ବାର୍ଷିକ ଉପଲକ୍ଷେ “ଉକ୍ତଳ ଗୌରବ ମଧୁସୂଦନ ଦାସ, ଏକ ଅଧିନିୟ” ପାଠଚକ୍ର ଅନୁଷ୍ଠିତ ହୋଇଛି। କଲେଜର ଅଧକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସାବତ କାର୍ଯ୍ୟକ୍ରମରେ ସଭାପତିତ୍ୱ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ହେଇଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀମତୀ ସସ୍ମିତା ମିଶ୍ର ବିଷୟ ଜ୍ଞାନ ପ୍ରଦାନ ସହ ମଧୁବାବୁଙ୍କ ଜୀବନଶୈଳୀ ଏବଂ ତାଙ୍କର ପଦ ଅନୁସରଣ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟରଂଜନ ସାହୁ ସନ୍ଦର୍ଭ ପାଠ କରିଥିଲେ। ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀଙ୍କ ସମତେ ସମୂହ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହିଥଲେ। ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ପାଠଚକ୍ର କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା। ଶେଷରେ ବିଭାଗୀୟ ଅଧ୍ୟାପିକା ମମତା ସମସ୍ତ ଛାତ୍ର ଓ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।