Saturday, October 10, 2026
Home ଆଞ୍ଚଳିକ ଜାତୀୟ ଯୋଗ ପ୍ରତିଯୋଗିତାରେ ଆସିକାର ସଫଳତା

ଜାତୀୟ ଯୋଗ ପ୍ରତିଯୋଗିତାରେ ଆସିକାର ସଫଳତା

58

ପୂରୀ,୨୧/୯ (ଜିଲ୍ଲା ଖବର) : ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ଚମକିଲେ ଆସିକା ଅଞ୍ଚଳର ପ୍ରତିଯୋଗୀ। ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନମଣ୍ଡଳୀର ଯୋଗ ପ୍ରତିଯୋଗୀମାନେ ପୁରୀଠାରେ ଅନୁଷ୍ଠିତ ଇଣ୍ଡିଆ ଯୋଗ ଚାମ୍ପିୟନସିପ୍ ଆଣ୍ଡ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରି ପଦକ ହାସଲ କରିଛନ୍ତି। ଏହି ସଫଳତା ଅଞ୍ଚଳ ପାଇଁ ଆଣିଛି ଗୌରବ।

ପୁରୀ ଶ୍ରୀଜଗନ୍ନାଥ ଧାମସ୍ଥିତ ଦୁଡ଼ୱାଲା ଧର୍ମଶାଳାଠାରେ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଇଣ୍ଡିଆ ଯୋଗ ଚାମ୍ପିୟନସିପ୍ ଆଣ୍ଡ ଫେଷ୍ଟିଭାଲ୍ ୨୦୨୬।

ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାରା ଭାରତର ୧୨ଟି ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନମଣ୍ଡଳୀରୁ ବସନ୍ତ କୁମାର ସାହୁ, ରାକେଶ କୁମାର ଶିଅ, ଭାଗବତ ଚରଣ ସାହୁ ଏବଂ ସୁଦୃଷ୍ଟି ରାଣୀ ସାହୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ପ୍ରତିଯୋଗିତାରେ ବସନ୍ତ କୁମାର ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ପଦକ ହାସଲ କରି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।

ଯୋଗ ଶିକ୍ଷକ ଶିବରାମ ସାହୁଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନେ ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିଥିଲେ।

ଏହି ସଫଳତା ପଛରେ ଆସିକା ବିଧାୟକ ଏବଂ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟା ଓ ସହଯୋଗ ମଧ୍ୟ ରହିଥିବା ଉଲ୍ଲେଖ କରାଯାଇଛି।

ଜାତୀୟ ସ୍ତରରେ ଆସିକା ଅଞ୍ଚଳର ଏହି ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ।