Sunday, October 11, 2026
Home ଆଞ୍ଚଳିକ ସରସ୍ୱତୀ ଶିଶୁମନ୍ଦିରରେ ରୋଟାରି କ୍ଲବ ପକ୍ଷରୁ ୱାଟର ପୁରିଫାଇଅର ସଂଯୋଗ

ସରସ୍ୱତୀ ଶିଶୁମନ୍ଦିରରେ ରୋଟାରି କ୍ଲବ ପକ୍ଷରୁ ୱାଟର ପୁରିଫାଇଅର ସଂଯୋଗ

7

ମୁନିଗୁଡା,(ଜିଲ୍ଲା ଖବର) : : ମୁନିଗୁଡା ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ରୋଟାରି କ୍ଲବ ଅଫ୍ ମୁନିଗୁଡା ରୟାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ୱାଟର ପୁରିଫାଇଅର ସଂଯୋଗ କରାଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁବିଧାରେ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ରୋଟାରି କ୍ଲବ ଅଫ୍ ମୁନିଗୁଡା ରୟାଲର *ସଭାପତି ରୋଟାରିଆନ୍ ବି. ଆନନ୍ଦ କୁମାର ବାଲେନା (୨୦୨୬-୨୭) ଏବଂ ସମ୍ପାଦକ **ରୋଟାରିଆନ୍ ଭୋଲ୍ଲା ପ୍ରବୀଣ କୁମାର (୨୦୨୬-୨୭)**ଙ୍କ ଉପସ୍ଥିତିରେ ୱାଟର ପୁରିଫାଇଅରର* ସଂଯୋଗୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ କ୍ଲବର ଅନ୍ୟାନ୍ୟ ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ରୋଟାରି କ୍ଲବର ଏହି ଜନହିତକର ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥ ପରିବେଶ ପାଇଁ ବିଶୁଦ୍ଧ ପାନୀୟ ଜଳର ଗୁରୁତ୍ୱ ରହିଥିବାରୁ ଏହି ୱାଟର ପୁରିଫାଇଅର ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କ ଉପକାରରେ ଆସିବ ବୋଲି ରୋଟାରି କ୍ଲବ ପକ୍ଷରୁ କୁହାଯାଇଛି। ଏହି ଉର୍ଣ୍ଣଚନ ସମୟରେ ରୋଟାରୀ କ୍ଳବର ଅନ୍ୟ ମାନଙ୍କ ମଧ୍ୟରେ  ରୋଟାରିଆନ ରମେଶ ରାଜୁ ,ରୋଟାରିଆନ ରାଜେଶ ଜୈନ, ରୋଟାରିଆନ k ସତ୍ୟନାରାୟଣ ରାଓ,ରୋଟାରିଆନ ସୁଦାମ ପଣ୍ଡା, ରୋଟାରିଆନ k ଶ୍ରୀନିବାସ,ରୋଟାରିଆନ J ପବନ ,G ଚୈତନ୍ୟ ,T ଅଶୋକ ଆଉ ସନ୍ତୋଷ କୁମାର ଚୌଧରି  ଉପସ୍ଥିତ ଥିଲେ ସ୍କୁଲ ପରିଚାଳନା କମିଟିର ସଭାପତି J ମହେଶ ସମେତ ବିଦ୍ୟାଧର ଦାସ ,ବ୍ରହ୍ମାନନ୍ଦ ଆଚାରି, କ୍ଷିତିଶ ସାହୁ, ଜଗନ୍ନାଥ ନିମାଲପୁରୀ,ପ୍ରଧାନଚାର୍ଯ୍ୟ ଉମାକାନ୍ତ ବିରଦଳାଇ  ଉପସ୍ଥିତ ଥିଲେ