Saturday, September 12, 2026
Home ଆଞ୍ଚଳିକ ବିଷମକଟକ ସରକାରୀ ମେଡ଼ିକାଲରେ ଲାଞ୍ଚ ନେବା ଘଟଣା। କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି ସି...

ବିଷମକଟକ ସରକାରୀ ମେଡ଼ିକାଲରେ ଲାଞ୍ଚ ନେବା ଘଟଣା। କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି ସି ଡ଼ି ଏମ୍

0

ବିଷମକଟକ,୧୧-୯(ଜିଲ୍ଲା ଖବର): ରାୟଗଡ଼ା ଜିଲ୍ଲା ବିଷମକଟକ ସରକାରୀ ମେଡ଼ିକାଲରେ କର୍ମଚାରୀ ଲାଞ୍ଚ ନେବା ଘଟଣା ସମ୍ପର୍କରେ ଖବର ପ୍ରସାରିତ ପରେ ମେଡିକାଲ କର୍ମଚାରୀ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି ସି ଡ଼ି ଏମ୍। ହାଟ ମୁନିଗୁଡା ଗ୍ରାମର ଭଗବାନ ଦୋରା ଙ୍କ ଠାରୁ ଭଗବାନ ଦୋରା ଙ୍କ କୁନି ଝିଅ ଙ୍କର ଗୋଟିଏ ଅକ୍ଷର ଭୁଲ ଥିବା ଯୋଗୁଁ ନାମ ସଂସୋଧନ ପାଇଁ ୮୦୦ ଟଂକା ଲାଞ୍ଚ ନେଇଥିବା ଅଭିଯୋଗ କରିଥିବା ସମ୍ପର୍କରେ ଖବର ପ୍ରସାରିତ ପରେ ଟଂକା ଫେରେଇ ଅଛନ୍ତି ମେଡିକାଲ କର୍ମଚାରୀ ଭିମ ପିଡିକା। ଟଙ୍କା ଯାଇଥିଲା ମେଡିକାଲ ସିକୁରିଟ ଗାର୍ଡ ଜିତେନ୍ଦ୍ର ହିଆଲ ଙ୍କ ପାଖକୁ। ମାତ୍ର ଟଂକା ଫେରେଇ ଅଛନ୍ତି ଭିମ ପିଡିକା। ଏହି ସମ୍ପର୍କରେ ଖବର ପ୍ରସାରିତ ପରେ ଦୁଇ ଜଣ ଙ୍କୁ ରାୟଗଡ଼ା ସି ଡ଼ି ଏମ୍ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି ଓ ଆଉ କେଉଁ ମାନେ ଅଛନ୍ତି ଦରକାର ପଡିଲେ ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯିବ ବୋଲିି କହିଛନ୍ତି ରାୟଗଡ଼ା ସି ଡ଼ି ଏମ୍। ସେମାନଙ୍କର ଦୁଇ ବର୍ଷ ର ବ୍ୟାଙ୍କ୍ ଆକାଉଣ୍ଟ Transaction ମଗାଯାଇଛି।ଏମାନଙ୍କୁ ସହଯୋଗ କରୁଛନ୍ତି ସରକାରୀ ମେଡ଼ିକାଲର ଇନ୍ ଚାର୍ଜ ହରିହର ଟୁଡୁ ବୋଲି ଜନସାଧାରଣ ମାହଲରେ ଚର୍ଚ୍ଚା ଚାଲିଛି। ବିଗତ ବର୍ଷ ମଧ୍ୟ ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁ ଗୁଡ଼ା ପଂଚାୟତର ଡାଙ୍ଗୁ ମେଡିକାଲ ରେ ଡାକ୍ତର ନଯିବା ଘଟଣା ସମ୍ପର୍କରେ ଖବର ପ୍ରସାରିତ ପରେ ମଧ୍ୟ ସେହି ଡ଼ାକ୍ତର ଙ୍କୁ ଇନ୍ ଚାର୍ଜ ହରିହର ଟୁଡୁ ସହଯୋଗ କରୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ବିଗତ କାଲି ସନ୍ଧ୍ୟା ସମୟରେ ବିଷମକଟକ ସରକାରୀ ମେଡ଼ିକାଲର ସିକୁରିଟି ଗାର୍ଡ ଜିତେନ୍ଦ୍ର ହିଆଲ ଓ ଭୀମ ଝିଅର ପିତା ଭଗବାନ ଦୋରା ଙ୍କୁ ସଲାସୁତୁରା କରି ବିଷମକଟକ ସରକାରୀ ମେଡ଼ିକାଲକୁ ନେଇ ଗୋଟିଏ ସାଇନ୍ କରି ସେମାନେ ଦୋଷୀ ରୁ ଖସିଯିବା ପାଇଁ ଯୋଜନା କରିଛନ୍ତି। ଯେଉଁ ଖବର ଦାଦା ଏହି ଖବର ପ୍ରସାରିତ କରିଛନ୍ତି ତାଙ୍କୁ ଭିମ ଫୋନ କରି ଭୁଲ ମାଗିଥିବା ତଥ୍ୟ ମଧ୍ୟ ଆମ ପାଖରେ ରହିଛି। ଯେଉଁ ଅଭିଯୋଗ କାରି ଭଗବାନ ଦୋରା ଆମକୁ ସେମାନଙ୍କର ଦୁର୍ନିତି ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ଦେଇଥିବା ପରେ ଆମେ ସମସ୍ତ ତଥ୍ୟ ପ୍ରମାଣ କୁ ଆଧାର କରି ଖବର ପ୍ରସାରିତ କରିବା ପରେ ମେଡିକାଲ କର୍ମଚାରୀ ମାନଙ୍କୁ ଛନକା ପଶିଗଲା ପରେ ଅଭିଯୋଗ କାରି ଭଗବାନ କୁ ହାଟ ମୁନିଗୁଡା ଗ୍ରାମକୁ ଆସି ସଲାସୁତୁ୍ରା କରି ମେଡିକାଲ କୁ ନେଇଥିଲେ। ସେ ସେଠି ତାଙ୍କ ବୟାନ ବଦଳାଇ ଦିଆଯାଈଥିଲା। ଏଠି ଜନସାଧାରଣ ମାନଙ୍କୁ ସାମ୍ବାଦିକ ମାନେ କପରି ଭରସା କରିବେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଯେଉଁ ଅଭିଯୋଗ କାରିର ସମସ୍ତ ତଥ୍ୟ ରେକର୍ଡ ସମସ୍ତ ତଥ୍ୟ ପ୍ରମାଣ କୁ ଆଧାର କରି ଖବର ପ୍ରସାରିତ କରାଯାଇଥିଲା।ସେ ଅଭିଯୋଗ କାରି କି ପରି ନିଜର ରଙ୍ଗ ବଦଳାଉ ଅଛନ୍ତି ବୋଲି ଜନସାଧାରଣ ମାହଲରେ ଚର୍ଚ୍ଚା ଚାଲିଛି। ଏହି ସମ୍ପର୍କରେ ରାୟଗଡ଼ା ସି ଡ଼ି ଏମ୍ ବହୁତ ଗୁରୁତ୍ୱର ସହିତ ନେଇଛନ୍ତି। ସମସ୍ତ ତଥ୍ୟ ପ୍ରମାଣ ସହିତ ରାୟଗଡ଼ା ଜିଲ୍ଲା ପାଳ, ଗୁଣୁପୁର ଜିଲ୍ଲା ପାଳ ଓ କଟକ ଭିଜିଲାନ୍ସ ବିଭାଗ କୁ ମଧ୍ୟ ପଠାଇ ଦିଆଯାଇଛି। ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ