Monday, October 12, 2026
Home ଆଞ୍ଚଳିକ ରାଜନେତା ସାମ୍ବାଦିକ ଛକାପଞ୍ଚା/କୁକୁଡାଖଣ୍ଡି ସରପଞ୍ଚଙ୍କ ଦବଙ୍ଗଗିରି ଭିଡ଼ିଓ ଭାଇରାଲ ।

ରାଜନେତା ସାମ୍ବାଦିକ ଛକାପଞ୍ଚା/କୁକୁଡାଖଣ୍ଡି ସରପଞ୍ଚଙ୍କ ଦବଙ୍ଗଗିରି ଭିଡ଼ିଓ ଭାଇରାଲ ।

361

ବାଲିପଡ଼ା (ଜିଲ୍ଲା ଖବର) : କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ ଜଣେ ଓ୍ବେବ ଚ୍ୟାନେଲର ସାମ୍ବାଦିକଙ୍କ କୁକୁଡାଖଣ୍ଡି ସ୍ଥିତ ଶ୍ବଶୁର ଘରକୁ ଯାଇ କୁକୁଡ଼ାଖଣ୍ଡି ସରପଞ୍ଚ ଏ.ଚେନେୟା ପଥର ଫିଙ୍ଗିବା ସହ ତାଙ୍କ ସମର୍ଥକ ମାନେ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରଲ ହୋଇଥିଲା ପରେ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ ସଦରଥାନାର ଦ୍ୱାରସ୍ତ ହୋଇ ୱେବ ଚାନେଲ ସାମ୍ବାଦିକ ସଞ୍ଜୟ ମହାରଣା ଜଣେ ମହିଳାକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଏବଂ ସାମ୍ବାଦିକ ଜଣଙ୍କୁ ପୋଲିସ ଡ଼ାକିନେଇଥିଲେ ପରବର୍ତୀ ସମୟରେ ସାମ୍ବାଦିକ ଜଣଙ୍କ ମଧ୍ୟ ତାଙ୍କପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଅଭିଯୋଗ କରିଥିଲେ I ଏହି ବିଷୟ ବ୍ରହ୍ମପୁର ଏସପି ପିନାକୀ ମିଶ୍ରଙ୍କ ପାଖରେ ପହଞ୍ଚିବା ପରେ ଘଟଣାବାବଦରେ ଅବଗତ ହୋଇ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ଏବଂ ବ୍ରହ୍ମପୁର ଏସଡିପିଓ ବିଷ୍ନୁ ପ୍ରସଦ ପତିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ I ଉଭୟ ଅଧିକାରୀ ସଦର ଥାନାକୁ ଆସି ଉଭୟଙ୍କୁ ବୁଝାସୁଝା କରିଥିଲେ। ସରପଞ୍ଚଙ୍କ ସମର୍ଥନରେ ସରପଞ୍ଚ ସଂଘ ଓ କିଛି ସ୍ଥାନୀୟ ବ୍ୟକ୍ତି ଆସି ଥାନା ସମ୍ମୁଖରେ ଧାରଣା ବସିଥିବା ବେଳେ ସାମ୍ବାଦିକଙ୍କ ସମର୍ଥନରେ ମଧ୍ୟ କିଛିବ୍ୟକ୍ତି ଥାନା ଆଗରେ ଧାରଣା ରେ ବସିଥିଲେ I ଉଭୟ ପକ୍ଷଙ୍କୁ ଅତିରିକ୍ତ ଏସପି ବୁଝାସୁଝା ପରେ ଧାରଣାରୁ ହଟିଥିଲେ। ଆଶଙ୍କା ରଖି ଥାନା ଆଗରେ ଗିରଫ ନିମନ୍ତେ ଦାବି ସହ ଧାରଣା ଦେଇଥିଲେ lସରପଞ୍ଚ ଏବଂ ସାମ୍ବାଦିକଙ୍କୁ ବୁଝାସୁଝା ପରେ ଛାଡିଦିଆଯାଇଛି। ସୂଚନା ଯୋଗ୍ୟ ଯେ ସାମ୍ବାଦିକ ଜଣଙ୍କ କୁକୁଡାଖଣ୍ଡିରେ ହୋଇଥିବା କିଛି ଉନ୍ନୟନ ମୂଳକ କାଯ୍ୟରେ ନିମ୍ମମାନର ଦର୍ଶାଇ ଖବର ପ୍ରକାଶ କରିଥିଲେ ।ପରେ ସରପଞ୍ଚ ଓ ତାଙ୍କ ର କିଛି ସମର୍ଥକ ସରପଞ୍ଚଙ୍କ ଶ୍ବଶୁର ଘରେ ଉକ୍ତ ସାମ୍ବାଦିକ ଜଣଙ୍କୁ ଯାଇ ଗାଳିଗୁଲଜ କରିଥିଲେ। ବ୍ଲକରେ ବିଭିନ୍ନ ଉନ୍ନୟନ କାଯ୍ୟରେ ଦୁର୍ନୀତି ହେଉଥିବା ବେଳେ ବ୍ଲକ ପ୍ରଶାସନ ଏହାକୁ ସହଯୋଗ କରୁଥିବା ପୂବରୁ ଅଭିଯୋଗ ହୋଇଥିଲା। ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ଯାଇ ସରପଞ୍ଚଙ୍କ ଦବଙ୍ଗଗିରି ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏଭଳି ଘୃଣ୍ୟ କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଏକ ନିତିଦିନିଆ ଘଟଣା ପାଲଟି ଯାଇଥିବା ବେଳେ ସରକାର ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠୁଛି I