Wednesday, September 9, 2026
Home ଆଞ୍ଚଳିକ ବିଷମକଟକ ସରକାରୀ ମେଡ଼ିକାଲରେ ନାମ ସଂସୋଧନ ପାଇଁ ୮୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ

ବିଷମକଟକ ସରକାରୀ ମେଡ଼ିକାଲରେ ନାମ ସଂସୋଧନ ପାଇଁ ୮୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ

1

ବିଷମକଟକ ୯-୯(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ସରକାରୀ ମେଡ଼ିକାଲରେ କାର୍ଯ୍ୟରତ ନୋଏଲ ପ୍ରଧାନ ଜଣେ ବିଷମକଟକ ସରକାରୀ ମେଡ଼ିକାଲ କର୍ମଚାରୀ ହାଟ ମୁନିଗୁଡା ଗ୍ରାମର ଭଗବାନ ଦୋରା ଙ୍କ ଠାରୁ ଭଗବାନ ଦୋରା ଙ୍କ କୁନି ଝିଅ ଙ୍କର ଗୋଟିଏ ଅକ୍ଷର ଭୁଲ ଥିବା ଯୋଗୁଁ ନାମ ସଂସୋଧନ ପାଇଁ ୮୦୦ ଟଂକା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ଝିଅ ଙ୍କ ପିତା ଭଗବାନ ଦୋରା। ଏମିତି ତାଙ୍କ ନାମରେ ଏପରି ଅନେକ ଅଭିଯୋଗ ଆସୁଥିଲା। ପିଲାମାନଙ୍କ ଜନ୍ମ ସାର୍ଟିଫିକେଟ ଠାରୁ ଆରମ୍ଭ କରି ଭୁଲ୍ ଥିବା ନାମକୁ ସଂଶୋଧନ ପର୍ଯ୍ୟନ୍ତ ଟଙ୍କା ନଦେଲେ କାମ କରନ୍ତି ନାହିଁ ଏହି ନୋଏଲ ପ୍ରଧାନ। ସାଧାରଣତଃ ଗରିବ ହେଉକି ଧନୀ ଶ୍ରେଣୀର ଲୋକମାନଙ୍କୁ ସେ ବହୁତ ଅସୁବିଧା କରୁଥିବା ଅଭିଯୋଗ କରିଛନ୍ତି ଜନସାଧାରଣ ମାନେ। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ଗ୍ରାମର ଜଣେ ଦିନ ମଜୁରୀଆ ଭଗବାନ ଦୋରା ସେ ତାଙ୍କ କୁନି ଝିଅର ଗୋଟିଏ ଅକ୍ଷର ଭୁଲ ଥିବା ଯୋଗୁଁ ସେ ବିଷମକଟକ ସରକାରୀ ମେଡ଼ିକାଲକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ନୋଏଲ ପ୍ରଧାନ କୁନି ଝିଅ ଙ୍କ ପିତା ଭଗବାନ ଦୋରା ଙ୍କୁ ୮୦୦ ଟଂକା ମାଗିଥିଲେ। ବିଚରା ପିତା ବହୁତ ଅସୁବିଧାର କାହାଣୀ ଶୁଣାଇଥିଲେ ମଧ୍ୟ ସେ ଶୁଣିବାକୁ ନାରାଜ। ହେଲେ ଝିଅର ନାମ ସଂସୋଧନ ଅତି ଜରୁରୀ ଥିବା ଯୋଗୁଁ ଭଗବାନ ଦୋରା ବିଷମକଟକ ମେଡିକାଲ ସରକାରୀ କର୍ମଚାରୀ ଜିତେନ୍ଦ୍ର ହିଆଲ ତାଙ୍କ ଫୋନ୍ ପେ ନଦେଇ ସେହି ମେଡିକାଲର ସିକୁରିଟ ଗାର୍ଡ ଜିତେନ୍ଦ୍ର ହିଆଲ ଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ ହେଲେ ସିକୁରିଟ ଗାର୍ଡ ଙ୍କ ଫୋନ ପେ ନମ୍ବର କୁ ୮୦୦ ଟଂକା ପଠେଇ ଥିଲେ। ହେଲେ ଦୁଃଖର ବିଷୟ ଟଂକା ଦେଇ ମଧ୍ୟ ଆଜକୁ ୨ ମାସରୁ ଉର୍ଦ୍ଧ୍ଵ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଝିଅର ନାମ ସଂସୋଧନ ହୋଇପାରିଲା ନାହିଁ। ଆଜକୁ ୨ ମାସରୁ ଉର୍ଦ୍ଧ୍ଵ ଦିନ ହେଲା ସେ ସରକାରୀ ମେଡ଼ିକାଲକୁ ବୁଲି ବୁଲି ନୟାନ୍ତ ହେଲେଣି। ଏହି ସମ୍ପର୍କରେ ଆମେ ନୋଏଲ ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ସେ ଆମ ଫୋନ ଉଠାଇ ନଥିବା ଯୋଗୁଁ ଆମେ ବିଷମକଟକ ସରକାରୀ ମେଡ଼ିକାଲର ଇନ୍ ଚାର୍ଜ ହରିହର ଟୁଡୁ ଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଛନ୍ତି। ଏହି ସମ୍ପର୍କରେ ଯଦି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ଭିଜିଲାନ୍ସର ସାହାୟତା ନିଆଯିବ ବୋଲି ଝିଅର ପିତା ଭଗବାନ ଦୋରା କହିଛନ୍ତି।ଏଥି ପ୍ରତି ରାୟଗଡ଼ା ଜିଲ୍ଲା ପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ମାନେ ଦାବି କରିଛନ୍ତି।