
ବିଷମକଟକ ୩୧-୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଂଚାୟତର ଗଇଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ଚଳିତବର୍ଷ ନୀଟ୍ ପରିକ୍ଷାରେ ସଫଳ ହେବା ପରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମ ସାର) ରେ ଡାକରୀ ପାଠ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ବିଷମକଟକ ବିଡ଼ିଓ ଶିବ ପଟ୍ଟନାୟକ,ଡାଲିଆକୁଜି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମଳୟ ନାୟକ ଓ ଡାଲିଆକୁଜି ସରପଞ୍ଚ। ନିତ୍ୟାନନ୍ଦ ହୁଇକା ଗୋଟିଏ ଗରିବ ଶ୍ରେଣୀ ପରିବାରର ପିଲା। ବର୍ତମାନ ଏବେ ପାଠ ପଢା ପାଇଁ ଅର୍ଥ ସାଜିଛି ବାଧକ। ପିତା ମାଦାରାଓ ହୁଇକା ଜଣେ ଦିନ ମଜୁରିଆ। ତାଙ୍କ ମାତା କିଜିନ ହୁଇକା ଡାଲିଆକୁଜି ଗ୍ରାମ ପଂଚାୟତର ମିଶନ ଶକ୍ତିର ଏମ୍ ବି କେ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ମାସିକ ୯୦୦୦ ହଜାର ଟଙ୍କା ଆୟ କରୁଛନ୍ତି। ଏହି ସୀମିତ ଆୟରେ ପରିବାରର ଦୈନନ୍ଦିନ ଖର୍ଚ୍ଚ ଚଳାଇବା କଷ୍ଟକର। ନିତ୍ୟାନନ୍ଦ ଙ୍କ ସଫଳତାରେ ପରିବାର ସହ ଗଇଲକଣା ଗ୍ରାମର ସମସ୍ତ ଗ୍ରାମବାସୀ ଖୁସିରେ ଅଛନ୍ତି। ହେଲେ ପାଠ ପଢିବା ପାଇଁ ଅର୍ଥ ସାଜିଛି ବାଧକ। ସମାଜର ସହୃଦୟ ବ୍ୟକ୍ତି,ଦାତା, ଶିକ୍ଷା ପ୍ରେମି, ସ୍ବେଛାସେବୀ ସଂଗଠନ , ସକ୍ଷମ ବ୍ୟକ୍ତି ମାନେ ଓ ସରକାରୀ ସହଯୋଗର କିଛି ହାତ ବଢାନ୍ତି ତେବେ ଗରିବ ପରିବାରର ଜଣେ ମେଧାବୀ ଛାତ୍ର ଡାକ୍ତର ହେବାର ଆଶା ରଖିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ।



