Monday, October 12, 2026
Home ଆଞ୍ଚଳିକ ଆମ୍ବପୁଆ ସ୍ଥିତ ନ୍ୟୁଉ ଦିପଲ୍ ସ୍କୁଲ ପରିସରରେ ରୟ ଫାଉଣ୍ଡେସନ ପଷରୁ ତୃତୀୟ ସିଲକ୍ ସିଟି...

ଆମ୍ବପୁଆ ସ୍ଥିତ ନ୍ୟୁଉ ଦିପଲ୍ ସ୍କୁଲ ପରିସରରେ ରୟ ଫାଉଣ୍ଡେସନ ପଷରୁ ତୃତୀୟ ସିଲକ୍ ସିଟି ଓପନ୍ ଚେସ୍ ଚାମ୍ପିଅନସିପ୍ ।

36

ବ୍ରହ୍ମପୁର (ଜିଲ୍ଲା ଖବର) : ଆମ୍ବପୁଆ ସ୍ଥିତ ନ୍ୟୁଉ ଦିପଲ୍ ସ୍କୁଲ ପରିସରରେ ରୟ ଫାଉଣ୍ଡେସନ ପଷରୁ ତୃତୀୟ ସିଲକ୍ ସିଟି ଓପନ୍ ଚେସ୍ ଚାମ୍ପିଅନସିପ୍ ୨୦୨୦ ଉଦ୍ଘାଟନୀ ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ, ସମ୍ମାନୀତ ଅତିଥି ରୂପେ ସଞ୍ଜୟ ମେମୋରୀୟଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ଅଧ୍ୟକ୍ଷା ଡ଼.ମଞ୍ଜୁ ପ୍ରଭା ଦାସ ,ନିୟ୍ୟୁ ଡିପଲ ସ୍କୁଲ ଅଧ୍ୟକ୍ଷ ଅଜୟ ଶ୍ରୀବସ୍ତ୍ରେ ଯୋଗଦେଇଥିଲେ। ଉଦଯାପନୀ ଉଛବ ରେ ଅତିଥି ବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଇନ ବିଭାଗ ଏଚଓଡି ପ୍ରଫେସର ଭାଗିରଥୀ ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର କିଟ୍ ର ଅଧଷ ପ୍ରଫେସର ଅନିଲ ପାତ୍ର,ସାହା ଏନଜିଓର ଫାଉଣ୍ଡର ଲିନାଚାନ୍ଦ,ନିୟ୍ୟୁ ଡିପଲ ସ୍କୁଲ ସେକ୍ରେଟାରୀ ମିସ୍ ଶିରିସା ଯୋଗଦେଇ ପ୍ରତିଯୋଗିକୁଂ ପୁରସ୍କୃତ କରିଥିଲେ। ସିନିୟର ବିଭାଗରେ ଲାଲବିହାରି ବେହେରା ଓ ଜୁନିୟର ବିଭାଗରେ ଆଦିତ୍ୟରାଜ ବେହେରା ପ୍ରଥମ ହୋଇଥିଲେ। ଶ୍ରେଷ୍ଚ ମହିଳା ଖେଳାଳି ଭାବେ ରଶ୍ମିତା ପାତ୍ର,କନିଷ୍ଟ ଖେଳାଳି ଭାବେ ଅଦିତି ସେନାପତିକୁଂ ପୁରସ୍କୃତ କରାଯାଇଥିଲା। କାଯ୍ୟକ୍ରମକୁ ରଞିତା ପାଣିଗ୍ରାହୀ,ନିର୍ଦ୍ଧେଶକ ସୁପ୍ରଭା ଦାସ,ସଂପାଦକ ଚିନ୍ମୟ କୁମାର ହୋତା, ସହ ନିର୍ଦ୍ଦେଶକ ସତିଶ କୁମାର ସାହୁ,ବିଭୂତି ଭୂଷଣ ମହାପାତ୍ର, ଅନିଲ,ଶଶିକାନ୍ତ,ରଜତ,ଆନନ୍ଦ,ବି.ମନୋଜ, ଟିକିନା,ମିଥୁନଙ୍କ ସହ ବହୁ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।