Tuesday, September 1, 2026
Home ଆଞ୍ଚଳିକ ନୀଟ୍ ରେ ସଫଳତା ହାସଲ କରିଥିବା ନିତ୍ୟାନନ୍ଦ ହୁଇକା ଓ କବିତା ହିକକାଙ୍କୁ ଶୁଭେଚ୍ଛା ଜଣାଇଲେ...

ନୀଟ୍ ରେ ସଫଳତା ହାସଲ କରିଥିବା ନିତ୍ୟାନନ୍ଦ ହୁଇକା ଓ କବିତା ହିକକାଙ୍କୁ ଶୁଭେଚ୍ଛା ଜଣାଇଲେ ବିଷମକଟକ ତହସିଲଦାର

1

ବିଷମକଟକ ୩୧-୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଂଚାୟତର ଗଇଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ଚଳିତବର୍ଷ ନୀଟ୍ ପରିକ୍ଷାରେ ସଫଳ ହେବା ପରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମ ସାର) ରେ ଡାକରୀ ପାଠ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଓ ସାହାଡ଼ା ଗ୍ରାମର କବିତା ହିକକା କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ଥାନ ପାଇଛନ୍ତି ତେଣୁ ତାଙ୍କୁ ବିଷମକଟକ ତହସିଲଦାର କେ ଭେଙ୍କେଟଶ୍ୱର ରେଡି ବିଷମକଟକ ତହସିଲ ଅଫିସରେ ଶୁଭେଚ୍ଛା ଜଣାଇଛନ୍ତି। ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ