Home ଆଞ୍ଚଳିକ ନୂତନ ସାଂସଦ ପ୍ରତିନିଧିକୁ ନେଇ, କଂଗ୍ରେସରେ ଅସନ୍ତୋଷ, କଂଗ୍ରେସ ବିରୋଧୀଙ୍କୁ ସାଂସଦ ପ୍ରତିନିଧି ଦେଲେ କେମିତି,କାହା...

ନୂତନ ସାଂସଦ ପ୍ରତିନିଧିକୁ ନେଇ, କଂଗ୍ରେସରେ ଅସନ୍ତୋଷ, କଂଗ୍ରେସ ବିରୋଧୀଙ୍କୁ ସାଂସଦ ପ୍ରତିନିଧି ଦେଲେ କେମିତି,କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା

1

ବିଷମକଟକ ୨୮-୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ କଂଗ୍ରେସର ନୂତନ ସାଂସଦ ପ୍ରତିନିଧି କୁ ନେଇ ଏବେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି। ବିଷମକଟକର ଜଣେ କଂଗ୍ରେସ ଅସନ୍ତୋଷ କଂଗ୍ରେସ ବିରୋଧୀ ନେତା ଅଶୋକ ଆଚାର୍ଯ୍ୟ ଙ୍କୁ ନୂତନ ସାଂସଦ ପ୍ରତିନିଧି କେମିତି ଦିଆଯାଇଛି ସେ ନେଇ ଆଜି ଏକ ଜରୁରୀ ବୈଠକ କୁମାର ଢାମୁଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ୨୧ ଖଣ୍ଡ ପଂଚାୟତର କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ। କଂଗ୍ରେସ କର୍ମୀଙ୍କ କହିବା କଥା ଯେ ଆଗାମୀ ଦିନରେ ସେ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ନିଳମାଧବ ହିକକାଙ୍କୁ ଗାଳି ଗୁଲଜ କରିଥିଲା। ଏବଂ କଂଗ୍ରେସ କୁ ବିରୋଧ କରି ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକା ଙ୍କ ପୁତ୍ର ନିଳମାଧବ ଉଲ୍ଲାକା ଙ୍କୁ ସ୍ବାଧିନ ପ୍ରାର୍ଥୀ ଭାବେ ଠିଆ କରି ସ୍ବାଧିନ ପ୍ରାର୍ଥୀ ଉଲ୍ଲାକା ଙ୍କ ପାଇଁ ଭୋଟ ମାଗି ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ପ୍ରଚାର କରୁଥିଲେ। ବର୍ତମାନ ଏବେ କୈାଣସି କଂଗ୍ରେସ କର୍ମୀ ମାନଙ୍କୁ ନ ଜଣାଇ କିପରି କଂଗ୍ରେସ ବିରୋଧୀ ନେତା ଅଶୋକ ଆଚାର୍ଯ୍ୟ ଙ୍କୁ ସାଂସଦ ପ୍ରତିନିଧି ଦିଆଯାଇଛି ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି ଓ ସେମାନେ କହିଛନ୍ତି ଯେ କଂଗ୍ରେସ କିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ଦୁଇ ଗୋଷ୍ଠୀ ହେବ ସପ୍ତଗିରି ଉଲ୍ଲାକା ଏପରି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ମାନେ।କାହା ଇଙ୍ଗିତରେ ସାଂସଦ ସପ୍ତଗିରି ଉଲ୍ଲାକା କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ହେଲା ବିଷମକଟକ ବ୍ଲକରେ ସାଂସଦ ପ୍ରତିନିଧି ଖାଲି ପଡିଥିଲା। କଂଗ୍ରେସ ବରିଷ୍ଠ ନେତା ପୁରୁଷୋତ୍ତମ ତୁଳ, ଜିଗିଡି ସରପଞ୍ଚ ଅଜିତ ସାରକା ଓ ବିଷମକଟକ ବ୍ଲକ କଂଗ୍ରେସ ସଭାପତି କୃଷ ନାଣକା ଙ୍କୁ ୨୧ ଗୋଟି ପଂଚାୟତ କଂଗ୍ରେସ କର୍ମୀ ମାନେ ଆଲୋଚନାକରି ଏହି ୩ ଜଣ ଙ୍କ ନାମ ଦିଆଯାଇଥିବା ବେଳେ ସେ କାହିଁକି ଏମାନଙ୍କୁ ଦେଲେ ନାହିଁ ଓ କାହିଁକି କୈାଣସି କଂଗ୍ରେସ କର୍ମୀ ମାନଙ୍କ ସହିତ ଆଲୋଚନା କରିଲେ ନାହିଁ ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ଦିନ ରାତି ଏକ କରି ଯେଉଁ ପରିଶ୍ରମ କରି ପୂର୍ବପୁରୁଷରୁ କଂଗ୍ରେସ ରେ ରହି ଯେଉଁ କର୍ମ ମାନେ କୈାଣସି ଦଳକୁ ନଯାଇ କୈାଣସି ସ୍ବାର୍ଥ ନଥାଇ କଂଗ୍ରେସ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରି କଂଗ୍ରେସ ଦଳକୁ ଜୀବିତ ରଖିଛନ୍ତି। ଯେଉଁ କଂଗ୍ରେସ ବିରୋଧୀ ନେତା ଅଶୋକ ଆଚାର୍ଯ୍ୟ ଙ୍କୁ ସାଂସଦ ସପ୍ତଗିରି ଉଲ୍ଲାକା ସାଂସଦ ପ୍ରତିନିଧି ଦେଇଛନ୍ତି ତାହା ଅତି ଶୀଘ୍ର ଉଠାଇ ନେବାକୁ ୨୧ ଗୋଟି ପଂଚାୟତର କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ଯଦି ଏପରି କାର୍ଯ୍ୟ ନକରାଯାଏ ତାହେଲେ ସପ୍ତଗିରି ଉଲ୍ଲାକା ଙ୍କୁ ସମସ୍ତ ପଂଚାୟତର କଂଗ୍ରେସ କର୍ମୀ ମାନେ ବିରୋଧୀ କରିବେ ବୋଲି ବ୍ଲକ କଂଗ୍ରେସ ସଭାପତି କୃଷ ନାଣକା,ରେଲି ଉଲ୍ଲାକା, ନିଖିଳ ପଟ୍ଟନାୟକ,ଦାମ ପିଡିକାକା,ରାମ କୁଟୁରୁକା,ମୁଲିଆ ବାତରା, ପୁର୍ଣ୍ଣ ପିଡିକାକା, ନାରାୟଣ ହିକକା ସମେତ ହଜାର ହଜାର କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ରିପୋର୍ଟ ପ୍ରସନ୍ନ କୁମାର ପଣ୍ଡା ବିଷମକଟକ