
ଆସିକା,୨୪/୮(ଜିଲ୍ଳାଖବର) : ଆସିକା ବସଷ୍ଟାଣ୍ଡ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୭ଟାରେ ଆୟୋଜିତ ଇଶ୍ୱରୀୟ ଜ୍ଞାନ ଶୁଣିବା ପରେ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣି ଆଧ୍ୟାତ୍ମିକ ରହସ୍ୟ ସମସ୍ତଙ୍କୁ ଶୁଣାଇଥିଲେ । ଶ୍ରୀକୃଷ୍ଣ ଓ ଶ୍ରୀରାଧାର ମନୋରମ ଦୃଶ୍ୟ ଏବଂ ଆଧ୍ୟାତ୍ମିକ ନୃତ୍ୟରେ ସମସ୍ତ ଭାଇ ଓ ଭଉଣି ସାମିଲ ହୋଇଥିଲେ । ଭାରତୀୟ ସଂସ୍କୃତିକୁ କେବଳ ମନେ ପକାଇବା ନୁହେଁ, ଚରିତ୍ରକ ଏବଂ ଆଧ୍ୟାତ୍ମିକ ବିକାଶ ଦ୍ୱାରା ପୁନର୍ବାର ଦୈ÷ବି ସଂସ୍କୃତି ସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା । ବୈଷ୍ଣବ ମତରେ ଆସନ୍ତା ୨୪ ତାରିଖ ରାତି ୧୨ଟାରେ ଠାକୁର ଜନ୍ମ ହେବେ । ସଂଧ୍ୟା ୬.୩୦ ମିନିଟରେ ସଂଧ୍ୟା ଆଳତି କରାଯିବ । ଏହାପରେ ଗୁରୁପୂଜା ପରଠାରୁ ଦର୍ଶନ, ଆଳତି, ଭଜନ କୀର୍ତନ ସକାଳ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏବଂ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ସଂଧ୍ୟା ଆଳତି ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହେବ । ମଧ୍ୟରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମପରେ ମହାଆଳତି ରାତି ୧ଟାରେ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମପରେ ଉପସଧାରୀଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଆସନ୍ତା ୨୫ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ ବୋଲି ସୂଚନା ରହିଛି । ପରିଶେଷରେ ସମସ୍ତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲା । ବ୍ରହ୍ମକୁମାର ସତ୍ୟପ୍ରିୟ ରଥ, ରାଜେନ୍ଦ୍ର, ମୋହନ,ନିରଞ୍ଜନ, ବସନ୍ତ, ଭାଗ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।



