Home ଆଞ୍ଚଳିକ ବିଷମ କଟକ ପୁଲିସକୁ ମିଳିଛି ବଡ଼ ସଫଳତା, ୨୫୦ କିଲୋ ଗଞ୍ଜେଇ ଜବତ ୨ ଗିରଫ...

ବିଷମ କଟକ ପୁଲିସକୁ ମିଳିଛି ବଡ଼ ସଫଳତା, ୨୫୦ କିଲୋ ଗଞ୍ଜେଇ ଜବତ ୨ ଗିରଫ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ

1

ବିଷମ କଟକ:୨୭|୮(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମ କଟକ ପୁଲିସ କୁ ମିଳିଛି ବଡ଼ ସଫଳତା। ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ନିକଟରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ଗଞ୍ଜେଇ ଚୋରାଚାଲାଣ ଉପରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। ୨ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଏବଂ ଗୋଟିଏ ପିକଅପ୍ ଭ୍ୟାନ ରେ ଚୋରା ଚଳାଣା ହେଉଥିବା ସମୟ ରେ ଜବତ କେରିଛି ପୁଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ନେଇ ପୁଲିସ ସୂତ୍ରରୁ ଜଣା ପଡିଛି।
​ରାୟଗଡା ଅଞ୍ଚଳ ରୁ ଛତିଶଗଡ଼ର ଜଗଦଲପୁରରୁ ଭାୟା ଉତ୍ତରପ୍ରଦେଶର ଆଗ୍ରା ଅଭିମୁଖେ ନିଆଯାଉଥିବା ଜଣା ପଡିଛି ।
​ ଘଟଣାସ୍ଥଳରୁ ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷମକଟକ ଥାନା ଅଧିକାରୀ ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି।। ସୂଚନା ଅନୁଯାଏ
​ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ବିଷମ କଟକ ପୁଲିସ ର ଏକ ଟିମ ଗତିଗୁଡ଼ା ନିକଟରେ ପାଟ୍ରୋଲିଂ କଡ଼ାକଡ଼ି କରିଥିଲା ଯାଞ୍ଚ ଆରମ୍ବ କରିଥିଲା । ସନ୍ଦିଗ୍ଧ ପିକଅପ୍ ଭ୍ୟାନଟି ପହଞ୍ଚିବା ପରେ ପୋଲିସ ତାହାକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ି ଭିତରେ ଖାନତଲାସି ବେଳେ ବସ୍ତା ବସ୍ତା ଗଞ୍ଜେଇ ଉଦ୍ଧାର ହୋଇଥିଲା।
ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଟକ ଥିବା ଦୁଇ ଜଣଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏବଂ ଏହି ଘଟଣା ରେ ଅନ୍ୟ କେହି ସମ୍ପୃକ୍ତ ରହିଛି କି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ମାମଲା ରେ ଅଟକ ଥିବା ଦୁଇ ବ୍ୟକ୍ତି ଙ୍କ ମଧ୍ୟ ରୁ ଜଣେ ଉତ୍ତର ପ୍ରଦେଶ ର ବୀରେନ୍ଦ୍ର ସିଂ ହୋଇଥିବା ବେଳେ ଅନ୍ୟଜଣ ଉମରକୋଟ ର ସୋମିର ଦାଶ ହୋଇଥିବା ଜଣା ପଡ଼ିଛି।