
ବିଷମକଟକ ୨୫-୮(ଜିଲ୍ଲା ଖବର) : ଆଦିବାସି ଅଦ୍ଧୁଶୀତ ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଝିଅ କବିତା ହିକକା ପିତା ଲବ ହିକକା ମାତ କମଳା ହିକକ ଏକ ମାତ୍ର ଝିଅ। ସେ ନିଟ ରେ ଓଡ଼ିଶା ରାଜ୍ୟ ରେଂକ୍ ୪୧୭୮,ST ରେଙ୍କ୍ ୧୩୭ ରଖି ନିଟ ରେ ଉତ୍ତୀର୍ଣ୍ଣ ହୋଇ କୋରାପୁଟ ସଇଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ରେ ଡାକ୍ତର ପଡ଼ିବା ପାଇଁ ମନୋନୀତ ହୋଇଛନ୍ତି।ତାଙ୍କ ପରିବାର ପାଖରେ ଡାକ୍ତରୀ ପଡେଇବା ପାଇଁ ଅର୍ଥ ନାହିଁ। ବାପା ଦିନ ମଜୁରିଆ ମୂଲ ଲାଗି ପରିବାର ଭରଣ ପୋଷଣ କରୁଛନ୍ତି। ସେ ପ୍ରାଥମିକ ଶିକ୍ଷା ସାହାଡ଼ା ପ୍ରାଥମିକ ବିଦ୍ୟାଳୟ ରୁ ଶିକ୍ଷା ଆରମ୍ଭ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲେରୀ ଦଶମ ରେ ୯୦ ପ୍ରତିଶତ ନମ୍ବର ରଖି ଉଚ୍ଚ ଶିକ୍ଷା ପାଇଁ ଆଇକୋନିକ ଭୁବନେଶ୍ୱର ରେ ମୋନାନିତ ହୋଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସେ ଡାକ୍ତର ହେବେ । ଦ୍ଧ୍ରୁଡ ଇଚ୍ଛା ଶକ୍ତି ଅକ୍ଲାନ୍ତ ପାରିଶ୍ର ବଳରେ ସଫଳତା ହାସଲ କରିଛନ୍ତି। ଏ ଖବର ପ୍ରଚାର ହେବାରୁ ପଞ୍ଚାୟତ ରେ ଖୁସିର ଲହରୀ ଖେଳିଯାଇଛି ତାଙ୍କର କୃତିତ୍ଵ ରେ ତାଙ୍କର ପରିବାର ଗ୍ରାମ ବାସି ଖୁସି ପ୍ରକଟ କରୁଚନ୍ତି। ପରିବାର ଚିନ୍ତା ରେ ଅଛନ୍ତି ଯେ ଝିଅ କୁ କେମିତି ଡ଼ାକ୍ତର ପଡେଇବେ ସରକାରି ସହାୟତା ପାଇଁ ଲୋଡୁଛନ୍ତି । ପରିବାର ପକ୍ଷ ରୁ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଅନୁରୋଧ କରୁଛୁ ଯେ ସହାୟତା ହାତ ବାଡେଇବା ପାଇଁ ।



