Tuesday, August 25, 2026
Home ଆଞ୍ଚଳିକ ୫ କିଲୋମିଟର ବଣ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଆସନ୍ତି କୋମଳମତି ଛାତ୍ରଛାତ୍ରୀ୨୦ରୁ କମ୍‍ ପିଲା...

୫ କିଲୋମିଟର ବଣ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଆସନ୍ତି କୋମଳମତି ଛାତ୍ରଛାତ୍ରୀ୨୦ରୁ କମ୍‍ ପିଲା ଥିବାଯୋଗୁଁ କାଳିଆମ୍ବା ଗାଁରେ ସ୍କୁଲ ବନ୍ଦ

1

ଭଞ୍ଜନଗର୨୫/୮/(ଜିଲ୍ଲା ଖବର) : ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୧୦ ମସିହାରେ କାର୍ଯ୍ୟକାରୀ ହେଲା। ଏହି ଆଇନ ୬ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାର ଗୁରୁତ୍ୱର ପଦ୍ଧତି ବର୍ଣ୍ଣନା କରେ ଏହି ଆଇନ। ଅନ୍ୟ ପଟେ ୨୦ଜଣରୁ କମ୍‍ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶ୍ରଣ କରିଛନ୍ତି। ହେଲେ ନିକଟସ୍ଥ ସ୍କୁଲଟି ଗାଁ ଠାରୁ କେତେ ଦୂର ଏବଂ କୋମଳମତି ଛାତ୍ରଛାତ୍ରୀମାନେ କିପରି ସ୍କୁଲରେ ପହଞ୍ôଚବେ ତାହା ସରକାର ଚିନ୍ତା କଲେ ନାହିଁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଳିଆମ୍ବା ଗାଁର କୋମଳମତି ଶିଶୁ ମାନେ ବର୍ତ୍ତମାନ ପ୍ରାଥମିକ ଶିକ୍ଷା ପାଇଁ ୫ କିଲୋମିଟର ଗୁଡ଼ିଆମ୍ବା ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ୭ କିଲୋମିଟର ମଳାସପଦର ବଣ ଜଙ୍ଗଲ ରାସ୍ତା ଦେଇ ସ୍କୁଲକୁ ଆସୁଛନ୍ତି। ହିଂସ୍ରଜନ୍ତୁଙ୍କ ଭୟ ଥାଇ ମଧ୍ୟ ପ୍ରତିଦିନ ବଣ ଜଙ୍ଗଲ ରାସ୍ତା ଦେଇ ସ୍କୁଲକୁ ଆସୁଛନ୍ତି ପିଲାମାନେ। ଏଣେ ପିଲାଙ୍କ ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତା କରୁଛନ୍ତି ଅଭିଭାବକ। ଆଉ କିଛି ଅଭିଭାବକ ନିଜ ପିଲାଙ୍କୁ ନିଜ ସମ୍ପର୍କୀୟ ଘରେ ଛାଡ଼ି ପାଠ ପଢ଼ାଉଛନ୍ତି। ଯେଉଁଠି ପ୍ରାଥମିକ ଶିକ୍ଷା ପାଇଁ ଏତେ ସଂର୍ଘଷ କରୁଛନ୍ତି ଛାତ୍ରଛାତ୍ରୀ ସେଇଠି ସରକାରଙ୍କ ଏହି ପରି ନିଷ୍ପତ୍ତି କେତେ ଦୂର ଯୁକ୍ତିଯୁକ୍ତ। ତେବେ ଉକ୍ତ ଗ୍ରାମରେ ସ୍କୁଲ ପୁନଃ ଖୋଲିବା ପାଇଁ ଦାବୀ କରିଛନ୍ତି ଅଭିଭାବକମାନେ।