Saturday, August 8, 2026
Home ଆଞ୍ଚଳିକ ଦେବଭୂମି ପିଏମ୍ ଶ୍ରୀ ବିଦ୍ୟାଳୟରେ ୧୩୩ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ

ଦେବଭୂମି ପିଏମ୍ ଶ୍ରୀ ବିଦ୍ୟାଳୟରେ ୧୩୩ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବିତରଣ

1

ଆସିକା, ୦୮/୦୮(ଜିଲ୍ଲା ଖବର) : ଆସିକା ବ୍ଲକ ଅନ୍ତର୍ଗତ ଦେବଭୂମି ପିଏମ୍ ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମାଗଣା ଗଣପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ସାଗରି କୁମାରୀ ସ୍ୱାଇଁ, ସଦସ୍ୟ ଗୌରହରି ବେହେରା, ଜୁରେନ୍ଦ୍ର ସାହୁ ଓ ମଞ୍ଜୁଳା ନାହକ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଗଣା ଗଣପୋଷାକ ବିଦ୍ୟାଳୟର ୧୩୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା, ଶୃଙ୍ଖଳା ଓ ବିଦ୍ୟାଳୟ ପ୍ରତି ଆଗ୍ରହ ବୃଦ୍ଧିରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଲବ ସେଠୀ, ରଞ୍ଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ୱାଳ, କବିତା ସାମନ୍ତରା, ଅନୁପ କୁମାର ନାୟକ, ରବୀନ୍ଦ୍ର ନାୟକ, ଉଦୟ ମାଝୀ, ସଂଘମିତ୍ରା ପାଢ଼ୀ, ବବିତା ଚୌଧୁରୀ, ସଂଯୁକ୍ତା ବେହେରା, ଗାଣ୍ଡୁ ସ୍ୱାଇଁ, ଗୋପୀନାଥ ପାଢ଼ୀ, ପ୍ରଶାନ୍ତ ନାୟକ ଓ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।