Saturday, August 8, 2026
Home ଆଞ୍ଚଳିକ ସ୍କାଉଟସ ଓ ଗାଇଡସ ଦ୍ୱାରା ଚାରା ରୋପଣ

ସ୍କାଉଟସ ଓ ଗାଇଡସ ଦ୍ୱାରା ଚାରା ରୋପଣ

1

ଆସିକା ,୮-୮(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ ର ସ୍ବେଛାସେବୀ ମାନଙ୍କ ଜରିଆରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧ୍ୟାପକ ତଥା ରୋଭର ଲିଡର ଶ୍ରୀ ସରୋଜ କୁମାର ପଣ୍ଡା ଓ ଅଧ୍ୟାପିକା ତଥା ରେଞ୍ଜର ଲିଡର ସୁଶ୍ରୀ ରଶ୍ମୀପ୍ରିୟା କାଲୋ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି. ପରିବେଶ ଓ ଜଳବାୟୁ କୁ ସନ୍ତୁଳିତ ରଖିବା ଓ ପୃଥିବୀ ପୃଷ୍ଠ ରେ ବସବାସ କରୁଥିବା ସମଗ୍ର ଜୀବ ଜଗତ ର ହିତ ଲାଗି ଏହି କାର୍ଯ୍ୟକ୍ରମ କରାଯାଇଥିଲା. ମହାବିଦ୍ୟାଳୟ ର ଖେଳ ପଡିଆ ର ଚତୁର୍ପାଶ୍ୱ ରେ ପ୍ରାୟ ଷାଠିଏ ଗୋଟି ବିଭିର୍ଣ୍ଣ କିସମ ର ଚାରା ତଥା ଶାଗୁଆଣୀ, ହଳନ୍ଦ, ଶିଶୁଆ, କୃଷ୍ଣଚୂଡ଼ା, ବିଷ୍ଣୁଚୁଡା, ଚକ୍ରୀ, ନିମ, ଶାଳ, ଅଁଳା ପ୍ରବୃତି ରୋପଣ କରାଯାଇଥିଲା. କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସ୍କାଉଟ ରୋଭର ସାହେଲ ପଣ୍ଡା, ସ୍ନେହାଶିଷ ଲେଙ୍କା, ଆଲୋକ ସ୍ୱାଇଁ, ବସନ୍ତରାଜ ବାଡ଼ତ୍ୟା, ଏଲ. ମାନସ ଦୋରା, ରାଜେଶ ଗୌଡ଼, ବିଷ୍ଣୁପ୍ରସାଦ ଭୋଳ, ଓମ ପ୍ରସାଦ ପରିଡା, ରାଜା ପୋଲାଈ, ଶୁଭମ ଡାକୁଆ, ଜଗଦିଶ ନାୟକ ସମେତ ରେଞ୍ଜର ଅର୍ପିତା ଷଢଙ୍ଗୀ, ଶୁଭଶ୍ରୀ ପ୍ରଧାନ, ସ୍ଵାତିରାଣୀ ପଣ୍ଡା, ପ୍ରାଚୀ ପ୍ରଜ୍ଞା ମାଝୀ, ହରପ୍ରିୟା ଜେନା, ନେଇନା ବାଡ଼ତ୍ୟା, ଜ୍ୟୋତି ନାହାକ, ଦୀପିକା ନାହାକ ସମେତ ଅନେକ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ।