
ଆସିକା, ୦୮ /୦୮(ଜିଲ୍ଲା ଖବର) : ଆସିକା ଅଶୋକ ସିନେମା ର ମିଟିଙ୍ଗ ହଲ ଠାରେ ଆୟୋଜିତ ଆସିକା ବିକାଶ କାର୍ଯ୍ୟକ୍ରମ ରେ ଆବାହକ ବରୁଣ ପାଢ଼ୀ, ଗଣେଶ୍ୱର ରଥ ଙ୍କ ସଭାପତିତ୍ବ ରେ ବିଗ୍ରେଡ଼ ଅଭିମନ୍ୟୁ ରାଉତ, ଓକିଲ ସଙ୍ଘ ର ସଭାପତି ଛବିଳ ରାମ ମିଶ୍ର, ପ୍ରାକ୍ତନ ବଣିକ ସଙ୍ଘ ର ସଭାପତି ଅରୁଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ I ଆସିକା ଭଳି ଏକ କେନ୍ଦ୍ର ସ୍ଥଳୀରେ
କଳା, ସଂସ୍କୃତି, ଆୟୁର୍ବେଦିକ, ବୀରତ୍ୱ,ସାହସୀ ର ଗାଁ,ଦକ୍ଷତା ଅଛି ବିକାଶ ହୋଇ ନାହିଁ I ଏହି ଆସିକା ରେ ପୂର୍ବେ କୃଷି ର ସମୃଦ୍ଧି, ଆୟୁର୍ବେଦିକ ମେଡ଼ିସିନ, ସମବାୟ, ତପଭୂମି,ପ୍ରଥମ ଫିଲ୍ମ, ପ୍ରଥମ ସ୍ବେଛାସେବୀ, ର ପେଣ୍ଠ ସ୍ଥଳୀ ଥିଲେ ମଧ୍ୟ ବିକାଶ ପାଈଁ ଅଗ୍ରଗତି କରିବା ପାଇଁ ଏକ ପ୍ରୟାସ ଆବଶ୍ୟକ ରହିଛି ବୋଲି ଅନେକ ଉପସ୍ଥିତ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି I ଆସିକା ଅଞ୍ଚଳର ସାମଗ୍ରିକ ବିକାଶକୁ କେନ୍ଦ୍ର କରି ଆୟୋଜିତ ଏହି ସଂଳାପରେ ବୁଦ୍ଧିଜୀବୀ, ଶିକ୍ଷାବିଦ୍, ଆଇନଜୀବୀ, କୃଷକ, ଉଦ୍ୟୋଗୀ, ସାମାଜିକ କର୍ମୀ, ଯୁବ ପ୍ରତିନିଧୂ, ବିଭିନ୍ନ ସଂଗଠନର ସଦସ୍ୟ, ଜନପ୍ରତିନିଧ୍
ଏବଂ ସଚେତନ ନାଗରିକମାନେ ଯୋଗଦେଇ ଗଠନମୂଳକ ମତାମତ ପ୍ରଦାନ କରିଥିଲେ I

କାର୍ଯ୍ୟକ୍ରମ ର ଅଂଶଗ୍ରହଣକାରୀମାନେ ରୋଜଗାର ଓ ଜୀବିକା, କୃଷି ଓ କୃଷକ ସମୃଦ୍ଧି, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ସେବା,ଶିଳ୍ପ, ଭିଭିଭୂମି, ଯୁବ ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ପର୍ଯ୍ୟଟନ, ପରିବେଶ ସୁରକ୍ଷା ଓ ସୁଶାସନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖୁଥିଲେ। ବିଭିନ୍ନ କ୍ଷେତ୍ରର ସମସ୍ୟା ସହ ସ୍ଥାନୀୟ ସମ୍ଭାବନାକୁ ଉପଯୋଗ କରି ବିକାଶର ନୂତନ ଦିଗ ଖୋଜିବା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଦିଲ୍ଲୀପ ପାଣିଗ୍ରାହୀ, ବିଦେଶୀ ନାହାକ, ମହେଶ ସ୍ୱାଇଁ, ମିହିର କାନ୍ତ ମହାପାତ୍ର, ପ୍ରସନ୍ନ ତ୍ରିପାଠୀ, ଅନିଲ ନାହାକ, ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି, ଜୟସେନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I



