
ଭଞ୍ଜନଗର୩/୮(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ପଞ୍ଜିକୃତ ସାମ୍ବାଦିକ ସଂଘ କବିସମ୍ରାଟ ମିଡ଼ିଆ କ୍ଲବର ୨୦୨୬ – ୨୦୨୭ ପାଇଁ ନୁତନ କର୍ମକର୍ତ୍ତା ଚୟନ କରାଯାଇଛି। ପୁର୍ନବାର ୪ଥର ପାଇଁ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଏବଂ ସମ୍ପାଦକ ଭାବେ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଭାବେ ଏସ୍. ଦୁର୍ଗା ମାଧବ ଆଚାରିଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସମୀର କୁମାର ମହାପାତ୍ର, ସୁନୀଲ କୁମାର କର, ଏ. ମନୋଜ କୁମାର ପାତ୍ରଙ୍କୁ ଚୟନ କରାଯାଇଥିଲା। ସହ ସମ୍ପାଦକ ଭାବେ ରଞ୍ଜିତ ଜେନା, ଆଶିଷ ଗୌଡ଼, ଗୋବିନ୍ଦ ଗୌଡ଼ ଏବଂ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପଣ୍ଡାଙ୍କୁ ଚୟନ କରାଯାଇଛି। ଆଞ୍ଚଳିକ ଭିତ୍ତିରେ ସଂଯୋଜକ ଭାବେ ଭଞ୍ଜନଗର ବ୍ଲକ ପାଇଁ ଗିରିଶ ଚନ୍ଦ୍ର ସାହୁ, ବ୍ରଜ ବିହାରୀ ଆଚାର୍ଯ୍ୟ, ଦୁଷ୍ମନ୍ତ ପ୍ରଧାନ, ସନ୍ତୋଷ କୁମାର ଗୌଡ଼, ଅଶୋକ କୁମାର ନାୟକ ଓ ପଫୁଲ୍ଲ କୁମାର ମହାରଣା, ସୋରଡା ବ୍ଲକ ପାଇଁ ଗୋପାଳକୃଷ୍ଣ ପଟ୍ଟନାୟକ, ବୁଗୁଡା ବ୍ଲକ ପାଇଁ ବାବୁଲି ମହାରଣା, ବେଲଗୁଣ୍ଠା ବ୍ଲକ ପାଇଁ ସୁଶାନ୍ତ ବେହେରା, ଜଗନ୍ନାଥପ୍ରସାଦ ବ୍ଲକ ପାଇଁ ରାଜେଶ ଆଲତିଆଙ୍କୁ ଚୟନ କରାଯାଇଛି। ପ୍ରକାଶଥାଉକି କବି ସମ୍ରାଟ ମିଡ଼ିଆ କ୍ଲବ ଗଂଜାମ ଜିଲ୍ଲାରେ ଗୋଟିଏ ସ୍ୱତନ୍ତ୍ର ସାମ୍ବାଦିକ ସଂଘ ଭାବେ ସୁନାମ ଅର୍ଜନ କରିଛି। ସମାଜସେବା, ସାମ୍ବାଦିକ ସୁରକ୍ଷା, ରକ୍ତ ଦାନ, ବୃକ୍ଷ ରୋପଣ ଭଳି ଅନେକ ଗୁଡିଏ ମହତ କାର୍ଯ୍ୟକ୍ରମ କରି ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିପାରିଛି। ଯେତେବେଳେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର କଥା ଉଠେ ସେଠାରେ କବିସମ୍ରାଟ ମିଡ଼ିଆ କ୍ଲବ ସ୍ୱର ଉତ୍ତୋଳନ କରିଥାଏ। ନୂତନ କର୍ମକର୍ତ୍ତା ଚୟନ ପରେ ପ୍ରେସ କ୍ଲବ ଠାରେ ଏକ ହୋମର ଆୟୋଜନ କରାଯାଇଥିଲା। ହୋମ ସରିବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ୍ଧୁତ୍ୱ ଦିବସରେ ସମସ୍ତ ସାମ୍ବାଦିକମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ରୁ ବ୍ରଜ ବିହାରୀ ଆଚାର୍ଯ୍ୟ l



