Sunday, October 11, 2026
Home ଆଞ୍ଚଳିକ ପ୍ରକୃତି ବନ୍ଧୁ ଭାବେ ପୁରସ୍କୃତ ହେଲେ ଆସିକାର ଯୁବ ସାମ୍ବାଦିକ କମଳେନ୍ଦୁ ହୋତା

ପ୍ରକୃତି ବନ୍ଧୁ ଭାବେ ପୁରସ୍କୃତ ହେଲେ ଆସିକାର ଯୁବ ସାମ୍ବାଦିକ କମଳେନ୍ଦୁ ହୋତା

104

ଆସିକା ୦୫/୦୬(ଜିଲ୍ଲା ଖବର) : ଆଗ୍ରହ ଥିଲେ ସବୁ କାମ ସମ୍ଭବ ହୋଇପାରିବ।ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ଦାଶରଥି ନଗ ଉମାକାନ୍ତ ହୋତାଓ ପୂର୍ଣ୍ଣମାସୀ ହୋତାଙ୍କ ପୁତ୍ର ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସମ୍ପାଦକ ତଥା ଯୁବ ସାମ୍ବାଦିକ ପରିବେଶପ୍ରେମୀ କମଳେନ୍ଦୁ ହୋତା। ପେଷାରେ କମଳେନ୍ଦୁ ଜଣେ କର୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ନିର୍ଭିକ ସାମ୍ବାଦିକ ହୋଇଥିଲେ ବି ନିଶା ତାଙ୍କର ଚାରାରୋପଣ । ପରିବେଶର ସୁରକ୍ଷା ଲାଗି ରାତି ପାହିଲେ ତାଙ୍କୁ ଘାରୁଛି ଚାରାରୋପଣ ଚିନ୍ତା । ଆଜି ହେଉଛି ବିଶ୍ୱ ପରିବେଶ ଦିବସ ଏହି ଅବସରରେ ବ୍ରହ୍ମପୁର ଜିଲ୍ଲା ବନଖଣ୍ଡ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ପରିବେଶ ଦିବସ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖାର ଙ୍କ ଆୟୋଜନ କରିଥିଲା ବେଳେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ନାରାୟଣ ବେଜ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥିଭାବେ ୬୮ ବାଟାଲିୟନ କମଣ୍ଡିଙ୍ଗ ଅଫିସର ଶାରଦା ପ୍ରସଦା ଦାସ ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର
ଉପସ୍ଥିତ ଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକରୁ ଜଣେ ପ୍ରକୃତି ପ୍ରେମୀଙ୍କୁ ପ୍ରକୃତି ବନ୍ଧୁ ଉପାଧି ମିଳିଥିଲା ବେଳେ ଆସିକା ବ୍ଲକରୁ କମଳେନ୍ଦୁ ହୋତାଙ୍କୁ ଏହି ଉପାଧି ମିଳିଛି।