Home ଆଞ୍ଚଳିକ ବିଶ୍ୱ ପରିବେଶ ଦିବସ ଅବସରରେ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରକୁ ମିଳିଲା ପ୍ରକୃତି ମିତ୍ର ଉପାଧି

ବିଶ୍ୱ ପରିବେଶ ଦିବସ ଅବସରରେ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରକୁ ମିଳିଲା ପ୍ରକୃତି ମିତ୍ର ଉପାଧି

68

ଆସିକା ୦୫/୦୬(ଜିଲ୍ଲା ଖବର) : ଆଜି ହେଉଛି ବିଶ୍ୱ ପରିବେଶ ଦିବସ ଏହି ଅବସରରେ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର କୁ ମିଳିଲା ପ୍ରକୃତି ମିତ୍ର ଉପାଧି। ବ୍ରହ୍ମପୁର ଜିଲ୍ଲା ବନଖଣ୍ଡ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ପରିବେଶ ଦିବସ ଆୟୋଜକ ତଥା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖାର ଙ୍କ ଆୟୋଜନ କରିଥିଲା ବେଳେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ନାରାୟଣ ବେଜ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥିଭାବେ ୬୮ ବାଟାଲିୟନ କମଣ୍ଡିଙ୍ଗ ଅଫିସର ଶାରଦା ପ୍ରସଦା ଦାସ ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର
ଉପସ୍ଥିତ ଥିଲେ। ବିଶ୍ୱକୁ ଯଦି ସନ୍ତୁଳିତ କରି ରଖିବାର ଅଛି ତେବେ ଆମେ ପ୍ରଥମେ ନିଜକୁ ଜାଗ୍ରତ ରଖିବାକୁ ହେବ।ନିଜ ପାରିପାର୍ଶ୍ଵ ତଥା ନିଜ ଅଞ୍ଚଳକୁ ସଫା ସବୁଜିମା ଭରା ରଖିଲେ ଆଗାମୀ ଜୀବନ ଆମେ ଶାନ୍ତିରେ ବସିପାରିବା ନଚେତ ଆଗାମୀ ପିଢ଼ି ଆମକୁ ପ୍ରଶ୍ନ କରିବ ଯେ ଆପଣ ମାନେ ଆମ ଜୀବନକୁ ନଷ୍ଟ କରିଦେଇଛି ବୋଲି କହିବ। ଏହି କଥା ଉପସ୍ଥିତ ଅତିଥି ମାନେ ନିଜ ଉଦବୋଧନ ରେ କହିଥିଲେ। ଏହି ଅବସରରେ କଳିଙ୍ଗ ବିଦ୍ୟାମଦିର, ବ୍ରହ୍ମପୁର ଡିପଲ ସ୍କୁଲ ବ୍ରହ୍ମପୁର ଡ଼ି ଏ ଭି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଶ୍ୱ ପରିବେଶ ଦିବସ ଉପରେ ନିଜ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକରୁ ଗୋଟିଏ ଅନୁଷ୍ଠାନ କୁ ପ୍ରକୃତି ମିତ୍ର ଉପାଧି ମିଳିଥିଲା ବେଳେ ଆସିକା ବ୍ଲକରୁ ଆସିକା ପୌରପରିଷଦ ଅଧୀନ ୱାର୍ଡ ନମ୍ବର ୧୪ରେ ସ୍ଥାପିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର କୁ ଏହି ଉପାଧି ମିଳିଛି।ଏହି ଉପାଧିକୁ ବିଦ୍ୟାଳୟ ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା ଗ୍ରହଣ କରିଛନ୍ତି।ଆଜିକାର ଏହି କାର୍ଯ୍ୟକ୍ରମରେ ଏସିଫ ସସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ଏହି ଉପାଧି ମିଳିବା ପଛରେ ବିଦ୍ୟାଳୟର ରାମକୃଷ୍ଣ ସ୍କାଉଟ ଟ୍ରୁପ ଓ ଶାରଦା ଗାଇଡ଼ କମ୍ପାନୀରେ ଅବଦାନ ବହୁତ ରହିଥିବା ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚର୍ଯ୍ୟା,ସହ ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ କହିଛନ୍ତି।ବିଦ୍ୟାଳୟ କୁ ଏହି ଉପାଧି ମିଳିବା ପରେ ବିଦ୍ୟାଳୟ ଗୁରୁଜୀ ଗୁରୁମା ଅଜୟ କୁମାର ପଟ୍ଟନାୟକ, ଲୀନାକୁମାରୀ ସ୍ବାଇଁ, ସୁନିତା ମହାପାତ୍ର,
ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର,କେ.ମାଧବି ଆଚାରୀ,ସନ୍ତୋଷି କୁମାରୀ ସାହୁ,ଶୀବାନି ମିଶ୍ର,ରାଜେଶ କୁମାର ସ୍ୱାଇଁ,ରୋଶନୀ ଲେଙ୍କା, ମୋନାଲିସା ପଣ୍ଡା ଏବଂ ଆସିକା ଅଞ୍ଚଳର ପରିବେଶବିତ୍ତ ବୁଦ୍ଧିଜୀବୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି।