Home ଆଞ୍ଚଳିକ ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇର ଫଳାଫଳ ପ୍ରକାଶ ପାଇଲା

ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇର ଫଳାଫଳ ପ୍ରକାଶ ପାଇଲା

146

ଆସିକା ,୨୧/୫(ଜିଲ୍ଲା ଖବର) : ସାରା ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଯାଇଛି। ସେଥି ମଧ୍ୟରୁ ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆସିକାର ଯୁକ୍ତ ଦୁଇର ଫଳାଫଳରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ କ୍ଷେତ୍ରରେ ବାଳିକା ବର୍ଗରୁ ପାସ ହାର ଅଧିକା ଅଛି ବୋଲି ସୂଚନା ମିଳିଛି। କଳାରେ ସୁଶ୍ରୀ ଜେନା ସ୍ଵାତୀ ମଙ୍ଗୁଳୁୁ ସର୍ବମୋଟ ୫୩୮ ନମ୍ୱର ୯୦% ରଖି ବିଦ୍ୟାଳୟ ଟପ୍ପର ଥିବା ବେଳେ, ବିଜ୍ଞାନରେ ଶ୍ରୀ ବିଶ୍ୱଜିତ୍ ପ୍ରଧାନ ୫୪୯ ନମ୍ୱର ୯୧.୫% ରଖି ବିଦ୍ୟାଳୟଲ ଟପ୍ପର, ବାଣିଜ୍ୟରେ ଶ୍ରୀ ରୁଦ୍ର ମାଧବ ପାତ୍ର ୫୪୧ ନମ୍ୱର ୯୦% ରଖି ବିଦ୍ୟାଳୟ ଟପ୍ପର ଏବଂ ଧନ୍ଦାମୂଳକରେ ସୁଶ୍ରୀ ଏସ. ଚିନ୍ମୟୀ ରେଡ୍ଡୀ ୪୬୧ ନମ୍ୱର ୬୭% ରଖି ବିଦ୍ୟାଳୟ ଟପ୍ପର ହୋଇପାରିଛନ୍ତି। କଳା ବର୍ଗରେ ମୋଟ ୨୪୮ରୁ ମୋଟ ପାସ ହାର ୯୧% ଅଛି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୮ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦୮ ଜଣ ସର୍ବମୋଟ ୨୨୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୨୨ ଜଣ ଫେଲ କରିଛନ୍ତି। ବିଜ୍ଞାନ ବର୍ଗରେ ମୋଟ ୧୦୬ ରୁ ମୋଟ ପାସ ହାର ୭୫% ଅଛି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୩, ଦ୍ଵିତୀୟ ଶ୍ରେଣୀରେ ୨୮ ଏବଂ ତୃତୀୟ ଶ୍ରେଣୀରେ ୧୯ ସର୍ବମୋଟ ୮୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୨୬ ଜଣ ଫେଲ୍ କରିଛନ୍ତି।

ବାଣିଜ୍ୟ ବର୍ଗରେ ମୋଟ ୩୬ ରୁ ମୋଟ ପାସ ହାର ୯୩% ଅଛି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ଵିତୀୟ ଶ୍ରେଣୀରେ ୮ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୪ ଜଣ ସର୍ବମୋଟ ୩୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜଣେ ଫେଲ୍ କରିଛନ୍ତି। ଧନ୍ଦାମୂଳକ ବର୍ଗରେ ମୋଟ ୧୪ ରୁ ମୋଟ ପାସ ହାର ୯୭% ଅଛି। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭ ଜଣ, ଦ୍ଵିତୀୟ ଶ୍ରେଣୀରେ ୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୩ ଜଣ ସର୍ବମୋଟ ୧୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଜଣେ ଫେଲ୍ କରିଛନ୍ତି। ବିଦ୍ୟାଳୟର ସମସ୍ତ ଟପ୍ପର ଏବଂ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏହି ସଫଳତାର ଶ୍ରେୟ ଅଧ୍ୟକ୍ଷ ପ୍ରଫେସର ବିଭୂତିଭୂଷଣ ବେବର୍ତ୍ତାଙ୍କ ଶୈକ୍ଷିକ ବାତାବରଣ ଏବଂ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ନିଆରା ଢ଼ଙ୍ଗର ପଠନ ଶୈଳି, ପ୍ରେରଣା ଏବଂ ପ୍ରୋତ୍ସାହନକୁ ବଖାଣିଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ପ୍ରଫେସର ବେବର୍ତ୍ତା ସମସ୍ତଙ୍କ ଉନ୍ନତ ଭବିଷ୍ୟତ କାମନା କରିଛନ୍ତି। ଆଗାମୀ ଭବିଷ୍ୟତରେ ସମଗ୍ର ଓଡ଼ିଶାରେ କିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ଵାରା ଛାତ୍ରଛାତ୍ରୀ ଟପ୍ପର ତାଲିକା ଅନ୍ତର୍ଭୁକ୍ତ ହୋଇ ସୁନାମ ଅର୍ଜନ କରିପାରିବେ, ତାହାର ବ୍ଲୁପ୍ରିଣ୍ଟ ଆବଶ୍ୟକ ଅଛି ବୋଲି ଅଧ୍ୟକ୍ଷ ପ୍ରଫେସର ବେବର୍ତ୍ତା ଯୁକ୍ତି ରଖିଥିଲେ।