
ଆସିକା,୦୭/୦୫(ଜିଲ୍ଲା ଖବର) : ଆସିକା ବ୍ଲକର ଖାରିଆ ପଂଚାୟତ ଅନ୍ତର୍ଗତ ହୁମୁକି ଗ୍ରାମରେ ବିଶ୍ୱ ଶାନ୍ତି ଉଦ୍ଧେଶ୍ୟ ରେ ବାସୁଦେବ ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏଥି ସହିତ ୪୮ ପ୍ରହର ନାମ ଯଂଜ୍ଞ, ଗୋ ଯଂଜ୍ଞ,ଜ୍ଞାନ ଯଂଜ୍ଞ, ଅର୍ଣ୍ଣ ଯଂଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ହୁମୁକି ଗ୍ରାମବାସୀ ପକ୍ଷରୁ ଆୟୋଜିତ ଏହି ପଞ୍ଚ ମହାଯଂଜ୍ଞ ରେ ବହୁ ସାଧୁ ସନ୍ଥ, ରାଜନୈତିକ ବ୍ୟକ୍ତି ବିଶେଷ, ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ l ଏହି ପଞ୍ଚ ମହାଯଂଜ୍ଞ ରେ
ଯଜ୍ଞ କର୍ତ୍ତା ରୂପେ ପ୍ରମୋଦ ଚନ୍ଦ୍ର ପଣ୍ଡା,
ଗ୍ରାମ୍ୟ ଓ ଯଜ୍ଞ କମିଟି ସଭାପତି ବିଜୟ ଚନ୍ଦ୍ର ଗୌଡ଼, ଗ୍ରାମ୍ୟ କମିଟି ସମ୍ପାଦକ ଅଚୁତ କୁମାର ଡାକୁଆ, ଯଜ୍ଞ କମିଟି ସମ୍ପାଦକ ସନ୍ତୋଷ କୁମାର ପୋଲାଈ,
ଯଜ୍ଞ କାର୍ଯ୍ୟକ୍ରମ ମୁଖ୍ୟ ପଣ୍ଡିତ କର୍ମ କାଣ୍ଡ ବିଶାରଦ ପ୍ରମୋଦ କୁମାର ତ୍ରିପାଠୀ,
ନାମ ଯଜ୍ଞ ପଣ୍ଡିତ ମହନ୍ତ ବ୍ରଜ ବନ୍ଧୁ ଦାଶ ମହାରାଜ.ଜ୍ଞାନ ଯଜ୍ଞ ପଣ୍ଡିତ ଗୋବିନ୍ଦ ମୁରାରୀ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ l



