Sunday, October 11, 2026
Home ଆଞ୍ଚଳିକ ଝରପାରିରେ ମା କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଝରପାରିରେ ମା କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବ

21

ଧରାକୋଟ ,୦୭/0୫(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଝରପାରି ଗ୍ରାମରେ ନୂତନ ଭାବରେ ନିର୍ମିତ ମା କାଳୁଆ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ବୁଧବାର ଏହାର ପୂର୍ଣାହୁତି ହୋଇଯାଇଛି । ଗତ ଶୁକ୍ରବାର ଦିନ କଳସ ଯାତ୍ରା ପରେ ଦୀକ୍ଷା ଗ୍ରହଣ, ଶାଲା ସଂସ୍କାର ଓ ପରେ କର୍ମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ଦିନ ନାମଯଜ୍ଞ,ଘୃତ ଯଜ୍ଞ, ଅର୍ଣ ଯଜ୍ଞ ପ୍ରଚଳିତ ରୀତି ନୀତି ଅନୁସାରେ ପାଳନ କରାଯାଇଥିଲା । ବୁଧବାର ମନ୍ଦିର ସ୍ନାନ,ବିଗ୍ରହ ପ୍ରାଣ ପ୍ରତିଷ୍ଠା,ନଗର ପରିକ୍ରମା ପରେ ଦେବତାଙ୍କ ସିଂହାସନ ଆରୋହଣ ପର୍ବ ସମାପନ ହୋଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏଥିରେ ସାମିଲ ହୋଇଥିବା ବେଳେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଶେଷ ଦିବସର କାର୍ଯ୍ୟକ୍ରମ ରେ ଯୋଗଦେଇ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଝରପାରି ଗ୍ରାମବାସି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।