Home ଆଞ୍ଚଳିକ ଚିନିଶିଳ୍ପ ଫାଟକରେ ଧାରଣାରେ ବସିଛନ୍ତି ଅସ୍ଥାୟୀ କର୍ମଚାରୀ

ଚିନିଶିଳ୍ପ ଫାଟକରେ ଧାରଣାରେ ବସିଛନ୍ତି ଅସ୍ଥାୟୀ କର୍ମଚାରୀ

47

ଆସିକା :-୨୩/୦୩(ଜିଲ୍ଲା ଖବର) : ଆସିକା ସମବାୟ ଚିନିକାରଖାନ ମୁଖ୍ୟ ଫାଟକ ଆଗରେ ଶତାଧିକ ଅସ୍ଥାୟୀ କର୍ମଚାରୀ ମାନେ ୦୩ ଦଫା ଦାବୀ ନେଇ ଧାରଣା ରେ ବସିଛନ୍ତି l ଦୀର୍ଘ ଦିନ ହେଲା ୧୦୫ ଜଣ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, କାରଖନା ବକେୟା ଥିବା ୦୩ ବର୍ଷ ର ବୋନସ ରାଶି ପ୍ରଦାନ ସାଙ୍ଗକୁ ବରିଷ୍ଠତା ଓ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ କରିବାକୁ ଦାବୀ କରି ଧାରଣା ରେ ବସି ପ୍ରତିବାଦ କରୁଛନ୍ତି l କାରଖାନା ପରିଚାଳନା ପରିଷଦ ଏବଂ ପରିଚାଳନା ନିର୍ଦ୍ଦେଶକ ଏଥି ପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନ ରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ପ୍ରକାଶ କରିଛନ୍ତି l ଏସମ୍ପର୍କରେ ପରିଚାଳନା କମିଟି ସଭାପତି
ରବୀନ୍ଦ୍ର ନାଥ ପଣ୍ଡା ଙ୍କୁ ପଚାରିବାରୁ
ପରିଚାଳନା ପରିଷଦ ବୈଠକ ର ନିର୍ଧାରଣ ଏବଂ ଷ୍ଟାଫ ସିଲେକ୍ସନ କମିଟି ର ସହମତି ଭିତରେ ସମବାୟ ଆଇନ ଓ ଚିନିକଳ ର ଆଇନ ଅନୁସାରେ ଯଥା ସମ୍ଭବ, ନ୍ୟାୟ ସମ୍ମତି ଓ ଵିଧି ସଂମ୍ମତ ଅନୁସାରେ କର୍ମଚାରୀ ମାନଙ୍କ ନିଯୁକ୍ତି, ପଦୋନ୍ନତି ଉପରେ ନିଷ୍ପତି କରାଯାଇଛି l ସେହିଭଳି କାରଖାନା ର ପରିଚାଳନା ନିର୍ଦ୍ଦେଶକ
ଡ଼. ସୁଶାନ୍ତ କୁମାର ପଣ୍ଡା ଙ୍କ ସହ ଏସଂପକରେ ଆଲୋଚନା ବେଳେ ସେ କହିବା ଅନୁସାରେ କର୍ମଚାରୀ ମାନଙ୍କ ଅଭିଜ୍ଞତା,ଯୋଗ୍ୟତା, ଦକ୍ଷତା, କାରଖାନା ର ଶୂନ୍ୟତା କୁ ଆଧାରକାରି ସରକାରୀ ନିର୍ଦ୍ଦେଶାନାମା ଅନୁସାରେ ନିଷ୍ପତି ଓ ନ୍ୟାୟ ଦେବା ପାଈଁ ସ୍ଥିର କରାଯାଉଛି ବୋଲି କହିଛନ୍ତି l ଆଜିର ଏହି ଧାରଣା ସ୍ଥଳରେ କାରଖାନା ର କର୍ମଚାରି ସଙ୍ଘ ର ସମ୍ପାଦକ ଶିବ ରାମ ରାଉଳ,କୋଷାଧକ୍ଷ କୈଳାସ ପଟନାୟକ, ଏ ଆଇ ଟି ସି ୟୁ ଉପସଭାପତି ପ୍ରଦୀପ ସେଠୀ ଭଗବାନ ବେହେରା, ଲକ୍ଷ୍ମୀ ପଟନାୟକ, ସୁବାସ ପାତ୍ର, ବାବୁଲା ପ୍ରଦାନ, ଶ୍ରୀ ରାମ ବିଶ୍ୱାଳ, ଶ୍ରୀ ରାମ ବିଶ୍ୱାଳ, ଟୁନା ବିଶ୍ୱାଳ, ଚିରଞ୍ଜିଵୀ ପାତ୍ର, ସନ୍ତୋଷ କୁମାର ସାହୁ, ସୂର୍ଯ୍ୟ ପାଳ, ପୂର୍ଣ୍ଣ ସ୍ୱାଇଁ, ତ୍ରିନାଥ ବେହେରା, ମିଥୁନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ଦୋଳନ ରେ ସାମିଲ ହେଉଥିଲେ l