
କୋଦଳା,୧୮/୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଭଡାଟିଆ ଯେଇ ଙ୍କ ଦ୍ୱାରା ଚାଲିଛି ନିମ୍ନ ମାନର ଉର୍ନୟନ କାମ ।ତଦାରଖ କରିବା ପାଇଁ କେହି ନାହାନ୍ତି, ଯାହାର ଫାଇଦା ନେଉଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ।ଆମେ ଏଥି ପାଇଁ କହୁଚୁ କି ପ୍ରାୟ ଅଢେ଼ଇ ମାସ ହେବ କୋଦଳା ଏନଏସି ର ଯେଇ ଦୀପିକା ବେହେରା ଙ୍କୁ ପୋଲସରା ବଦଳି ହୋଇଗଲାପରେ ଖଲିକୋଟ ର ଯେଇ ଜିତେନ୍ଦ୍ର ଜେନାକୁ ଡେପୁଟେସନ ରେ କୋଦଳା ଏନଏସି କୁ ଦୁଇ ଦିନ ପାଇଁ କାର୍ଯ୍ୟ କରିବା ପାଇଁ ପିଡି ଦୁଡା ଅଡର କଲେ ତା ସହ ଚିଠି ନମ୍ବର ୧୫୮୭ ତା ୨୧/୦୭/୨୦୨୩ରେ ବେଗୁନିଆପଡା ର ଯେଇ ଧର୍ମେନ୍ଦ୍ର ବାଡତୀୟା ଙ୍କୁ ସେତେବେଳ ର ଗଞ୍ଜାମ ଜିଲ୍ଲାପାଳ କୋଦଳା ଏନଏସି ର ଦାଇତ୍ୱ ଦେଇଥିଲେ ହେଲେ ତାହାର ଫାଇଦା ନେଇ ଏବେ ସେଇ ଚିଠି କୁ ନେଇ ଅଧ୍ୟକ୍ଷ ଓ ଇଓ ଫାଇଦା ଉଠେବାରେ ଲାଗିଛନ୍ତି। ଯାହାର ପରିଣାମ ହେଉଛି ନିମ୍ନ ମାନର କାମ ସହ କମ କାମକରି ଅତ୍ୟଧିକ ବିଲ କରୁଛନ୍ତି ଯାହା ଫଳରେ ମୋଟା ଅଙ୍କର ପିସି ନେଇ ମାଲେମାଲ ହେଉଛନ୍ତି ଅଧ୍ୟକ୍ଷ ଓ ଇଓ।ବର୍ତମାନ କୋଦଳା ଏନଏସି ର ୧୨ନମ୍ବର ୱାର୍ଡ ରେ ଡ୍ରେନ କାମରେ ବାଲି,ମେଣ୍ଟାଲ,ଓ ଗୁଡ଼ି ଏକ ଫୁଟୁ ପୋତିବାର ଥିବା ବେଳେ ମାତ୍ର ତିନି ଇଞ୍ଚି ପୋତିବା ସହ ୬ ଇଞ୍ଚି ରେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଏସ୍ଟିମେଟ ରେ ଥିବା ବେଳେ ଦଶ ଇଞ୍ଚି ରେ ରଡ଼ ବାଇଣ୍ଡିଙ୍ଗ ହେଉଛି |


ସେଇଭଳି ୧୦ନମ୍ବର ୱାର୍ଡ ର ସବ୍ ଜେଲ ନିକଟରେ ରାସ୍ତା ନିର୍ମାଣ ଚାଲିଛି ତାହା ମଧ୍ୟ ନିମ୍ନ ମାନର କାମ ହେବା ସହ ୧୦ୱାର୍ଡ ର ବିଶୋଇ ସାହି ରେ ହୋଇ ଥିବା ଡ୍ରେନ କାମ ନିମ୍ନ ମାନର କାମ ସହ କମ କାମ ହୋଇଥିବା ବେଳେ ଏବେ ଅଧିକ ପେମେଣ୍ଟ କରିବା ପାଇଁ ମସୁଦ୍ଧା ଚଳେଇ ଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି ଯାହାର ଫାଇଦା ନେଇ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି।କୋଦଳା ଏନଏସି ରେ ସ୍ଥାଇ ଯେଇ ନଥିବାରୁ ଏହି ଦୁଇ ଜଣ ଯେଇ କାମର ତଦାରଖ କରି ପାରୁନାହାନ୍ତି ଯାହା ଫଳରେ କଣ୍ଟ୍ରାକ୍ଟର ମାନେ ନିମ୍ନ ମାନର କାମ କରିବା ସହ କିଛି ବିଜେପି କର୍ମୀ ଙ୍କୁ ଭାଗରେ ରଖି ଏଇ ଭଳି ମନ ମୁଖି କାର୍ଯ୍ୟ କରୁଛନ୍ତି ।ଏଇ ଭଳି କୋଦଳା ଏନଏସି ରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ,ପିଡି ଓ ରାଜ୍ୟ ସରକାର କାହିଁକି ନିରବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି।



