ବିଜେପି ର ପ୍ରଚାର ପ୍ରସାର ପାଇଁ କୋଦଳା ଏନଏସି କରୁଛି ଟଙ୍କା ଖର୍ଚ୍ଚ

1

(ଦଲାଲ ସାଜିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ )

କୋଦଳା,୧୨/୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଥମିବାର ନା ନେଉନଥିବା ବେଳେ ଏବେ ଆଉ ଗୋଟେ ସାଙ୍ଘାତିକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଗତ ୨୬ଜାନୁଆରୀ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ କୋଦଳା ଏନଏସି ତରଫରୁ ସ୍ଥାନୀୟ କ୍ୟାଲ୍ୟାଣୀ ମଣ୍ଡପ ଠାରେ କିଛି ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ କିଛି ହିତାଧିକାରୀ ଙ୍କୁ ଭର୍ତ୍ତା ପ୍ରଦାନ କରାଗଲା।କିନ୍ତୁ ଏହି କାର୍ଯ୍ୟକ୍ରମ ବିଷୟରେ କିଛି କାଉନସିଲର କୁ ଅବଗତ କରାଯାଇନଥିଲା। କେବଳ କିଛି ସ୍କୁଲ ପିଲାଙ୍କୁ ପୁରସ୍କୃତ କରିବା ପାଇଁ ଚିଠି ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଷ୍ଟେଜ ଉପରେ ବିଜେପି ର ମଣ୍ଡଳ ସଭାପତି ସନ୍ତୋଷ କୁମାର ପଲେଇ ଉପସ୍ଥିତ ରହି ହିତାଧିକାରୀ ଙ୍କୁ ଭର୍ତ୍ତା ବଣ୍ଟନ କରିଥିଲେ।ଏତେ ବଡ଼ କାର୍ଯ୍ୟକ୍ରମ କରିବା ପାଇଁ ସରକାର ଙ୍କ କୌଣସି ନିର୍ଦେଶ ଆସିନଥିବା ବେଳେ କାଉସିଲ ବଡି ବୈଠକ ମଧ୍ୟ ହୋଇନଥିଲା ,କେମିତି ଏତେ ବଡ଼ କାର୍ଯ୍ୟକ୍ରମ କଲେ ବୋଲି ଆମ ପ୍ରତିନିଧି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୃଷ୍ଣଚନ୍ଦ୍ର ରଥ ଙ୍କୁ ପଚାରିବାରୁ ସେ କହିଲେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କହିବାରୁ ଆମେ କଲୁ ସେହେଉଛନ୍ତି ସର୍ବେ ସର୍ବା କିନ୍ତୁ ଭିଡ଼ିଓ ରେ କୌଣସି ପତିକ୍ରିୟା ଦେବାପାଇଁ ମନା କରିଥିଲେ।ଖାଲି ଏତିକି ନୁହଁ ବିଭିନ୍ନ ସମୟରେ କୋଦଳା ଏନଏସି ରେ ଦୁର୍ନୀତି ଏତେ ବଢ଼ିଗଲାଣି କି ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ଏବଂ ସୂଚନା ଅଧିକାର କର୍ମୀ ସମର୍ଜିତ ମାହାନ୍ତି ଜିଲ୍ଲା ପ୍ରଶାସନ,ଭିଜିଲାନ୍ସ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ପିଟିସନ ଦେବାର ମାସ ମାସ ବିତିଯାଇଥିଲେ ମଧ୍ୟ କୌଣସି ତଦନ୍ତ ବର୍ତମାନ ସୁଦ୍ଧା ହୋଇନାହିଁ।

ଅଧ୍ୟକ୍ଷ ଙ୍କ କଣ ଏଇଟା ପୈତୃକ ସମ୍ପତି କି? ନିଜ ଦଳର ପ୍ରଚାର ପ୍ରସାର ପାଇଁ କାହିଁକି ହୀନ ରାଜନୀତି କରୁଛନ୍ତି ତତ୍ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ କାହିଁକି ବିଜେପି ର ଦଲାଲ ଗିରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାଉସିଲର ଭଗବାନ ପାଢ଼ୀ ।ଏହାକୁ ନେଇ ପିଟିସନ ଦାଖଲ କରିବେ ବୋଲି ମଧ୍ୟ୍ୟ କହିଛନ୍ତି।ଯଦି ଏହାରି ଉପରେ ନିରପେକ୍ଷ୍ୟ ତଦନ୍ତ ନ ହୁଏ ତାହେଲେ ଅନଶନରେ ବସିବେ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।
ସବୁବେଳେ ଦୁର୍ନୀତି ର ଚର୍ଚ୍ଚା ରେ ରହି ଆସୁଥିବା କୋଦଳା ଏନଏସି ପ୍ରତି କାହିଁକି ଜିଲ୍ଲା ପ୍ରଶାସନ ନିରବ ?କାହିଁକି ଭିଜିଲାନ୍ସ ନିରବ ?କାହିଁକି ରାଜ୍ୟ ସରକାର ନିରବ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ।