
କୋଦଳା,୩/୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଥମିବାର ନା ନେଉନାହିଁ ।ଫଲସ ବିଲ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରଶାରଣ ହେଉଛି, କିଛି କାଉସିଲର ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ନୀରବତା କୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି କୋଦଳା ପୁରୁଣା ମାଛବଜାର ନିକଟରେ ସାଧାରଣ ଲୋକମାନଙ୍କ ପାଇଁ ୨ ଟି ପରିସ୍ରାଗାର ଯାହାର ଅଟକଳ ମୂଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କାରେ ଦୀର୍ଘ ଏକ ବର୍ଷ ପୂବରୁ ନିର୍ମାଣ ହୋଇଥିଲା ,ହେଲେ ବର୍ତମାନ ତାହା ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି।ପ୍ରକାଶ ଥାଉକି ଏହି କାମକୁ ବାହାର ରାଜ୍ୟର କୌଣସି ଏକ ଠିକାଦାର ଙ୍କୁ କରିବାପାଇଁ ଦେଇ ଥିଲେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ।ଯାହା ଶୁଣିବାକୁ ମିଳୁଛି ଏହି କାମ ରୁ ପ୍ରାୟ ୫୦ ଭାଗ ପିସି କାରବାର ହୋଇଛି।ଯାହା ଶୁଣିବାକୁ ମିଳୁଛି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ଅନ୍ୟ କର୍ମ ଚାରି ମାନେ ଅତ୍ୟଧିକ ପିସି ନେଉଥିବା ଯୋଗୁ ଏଇ ଭଳି ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳୁଛି।


ଖାଲି ଏତିକି ନୁହଁ ବିଭିନ୍ନ ସମୟରେ ଗୋଟିଏ କାମକୁ ଦୁଇ ଦୁଇ ଥର ସଟ୍ ଟେଣ୍ଡର ବାହାର କରି ଟଙ୍କା ଆତ୍ମ ସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।ଏହାର ମାଷ୍ଟର ମାଇଣ୍ଡ ଖୋଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି ଆଲୋଚନା ମଧ୍ୟ ହେଉଛି।ଏହି ଏନଏସି ରେ ହେଉଥିବା ଦୁର୍ନୀତି କୁ ନେଇ କାଉସିଲର ଭଗବାନ ପାଢ଼ୀ ଆରଟି ଆଇ ମାଧ୍ୟମରେ ସୂଚନା ମାଗିଥିଲେ ମଧ୍ୟ ତଥ୍ୟ ଦେଉନାହାନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ। ଏ ନେଇ ଶ୍ରୀପାଢ଼ୀ କହିଛନ୍ତି ଏହାକୁ ନେଇ ସେ କମିଶନର ଙ୍କ ଦ୍ୱାରସ୍ତ ହେବେ ସେଇଠାରେ ଯଦି ସୁଫଳ ନ ମିଳେ ମାନ୍ୟବର ଉଚ୍ଚ ନ୍ୟାଳୟ ର ଆଶ୍ରୟ ମଧ୍ୟ ନେବେ। ଏବେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ କୋଦଳା ଏନଏସି ରେ ହେଉଥିବା ବିଭିନ୍ନ ଦୁର୍ନୀତି ଉପରେ ପିଟିସନ ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତ ନିରବ ହେଲେ ଲୋକଙ୍କ ସରକାର କହୁଥିବା ମୋହନ ସରକାର ମଧ୍ୟ କାହିଁକି ନୀରବତା ଅବଲମ୍ବନ କରିଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।



