
ବୁଗୁଡ଼ା,26/01(ଜିଲ୍ଲା ଖବର) : ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ସତସ୍ତରୀ ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଯୁକ୍ତ ଦୁଇ ସ୍ରୋତର ଅଧକ୍ଷ ସରୋଜ କାନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଯୁକ୍ତ ତିନି ସ୍ରୋତର ଅଧକ୍ଷ ଗୋପୀନାଥ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅଧକ୍ଷ ସରୋଜ କାନ୍ତ ଦାସ ସଭାପତିତ୍ୱ କରି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ସକ୍ରିୟ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରଥିଲେ। ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା,ଅଧ୍ୟାପକ କାହ୍ନୁ ଚରଣ ଦାସ, ରଶ୍ମି ରଞ୍ଜନ ତ୍ରିପାଠୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସନ୍ତୋଷ କୁମାର ପରିଡା,ଲୋକନାଥ ପାଣିଗ୍ରାହୀ, ରମାକାନ୍ତ ରାଉତ, ଅଧ୍ୟାପିକା କବିତା କୁମାରୀ ସ୍ୱାଇଁ,ବର୍ଷାରାଣୀ ଦାସ ଏବଂ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ କ୍ରୀଡା ଅଧ୍ୟାପିକା ସୋନିଆ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।



