
ଆସିକା (ଜିଲ୍ଲା ଖବର) : ଏହି ବିଦ୍ୟାଳୟରେ ୧୯ତମ ବାର୍ଷିକ ଉତ୍ସବ ତା-୦୩/୦୨/୨୦୨୦ରିଖ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ସମ୍ମାନିତ ଅତିଥି ଶ୍ରୀ ଅରବିନ୍ଦ ଲେଙ୍କା ସରପଞ୍ଚ ଓ ସମାଜସେବୀ ଶ୍ରୀ ବଂଶିଧର ନାହାକ ଯୋଗଦେଇଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଓ ବାର୍ଷିକ ବିବରଣ ପାଠ କରାଯାଇଥିଲା । ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ରାମଚନ୍ଦ୍ର ପ୍ରଧାନ ଓ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡାଙ୍କ ଦ୍ଵାରା ପ୍ରସ୍ତୁତ ଶ୍ରେଣୀ ପତ୍ରିକା ‘ କୁନିକଳିକା ‘ ମାନ୍ୟବର ବିଧାୟିକାଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା । ଶ୍ରୀ କୈଳାସ ଗୌଡ ଓ ଶ୍ରୀମତୀ ଲକ୍ଷ୍ମୀ ଜେନା ଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଦୁଇ ଶିକ୍ଷକ ଶ୍ରୀ ମୁରଲି ବେହେରା ଓ ଶ୍ରୀ ଶରତ ଚନ୍ଦ୍ର ଖାଡଙ୍ଗାଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ପ୍ରତାପ କୁମାର ମହାପାତ୍ର, ଶ୍ରୀମତୀ ରାଜଲକ୍ଷ୍ମୀ ସେଠୀ, ଶ୍ରୀମତୀ ଛନ୍ଦିତା ଗୌଡ, ଶ୍ରୀମତୀ ରଶ୍ମିତା ମିଶ୍ର, ଶ୍ରୀ ଶାଶ୍ଵତ ଜେନା, ଶ୍ରୀମତୀ ସିପ୍ରା ଦେବୀ, ଶ୍ରୀ ଅନିଲ୍ କୁମାର ଜେନା, ଶ୍ରୀ ବାସୁଦେବ ପ୍ରଧାନ, ଶ୍ରୀ ରବିନ୍ଦ୍ର ସ୍ବାଇଁ ଓ ଶ୍ରୀ ଜୟଦେବ ରାଉତ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀ କୈଳାସ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ଜ୍ୟୋତିର୍ମୟୀ ପାତ୍ର ।



