କୋଦଳା ଏନଏସି ର ଦୁର୍ନୀତି ଏବେ ପଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବାସିଲାଣି

2

ବେନିୟମ ଭାବରେ ପୂର୍ତ୍ତ ବିଭାଗଜାଗାରେ ଟେଣ୍ଡର ବାହାର କରି ଆଜି କଲେ ଟେଣ୍ଡର ଓପେନ।

କୋଦଳା ,୨୯/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦିନକୁ ଦିନ ବଢ଼ିଚାଲିଛି ମହା ଦୁର୍ନୀତି ଯାହାର ବାସ୍ନା ଏବେ ପଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବାସିଲାଣି ତଥାପି ଜିଲ୍ଲା ପ୍ରଶାସନ ନିରବ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର କାର୍ଯ୍ୟାଳୟ କଥା ଯାହା ର ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚି ସାରିଲାଣି।କିଛି ମାସ ତଳେ ପୂର୍ତ୍ତବିଭାଗ ତରଫରୁ ତହସିଲ କ୍ୱାଟର ପରିସରରେ ଫେବର ପକାଇବା ପାଇଁ ଚାରିଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା ।

ସେଇ କାମ ବର୍ତମାନ ସୁଦ୍ଧା ହୋଇନଥିବା ବେଳେ ବର୍ତମାନ ସେଇକମକୁ କୋଦଳା ଏନଏସି ତରଫରୁ ଚିଠି ନମ୍ବର ୩୪୦୫/୨୬.୧୨.୨୦୨୫ରିଖରେ ଟେଣ୍ଡର ବାହାର କରିଛନ୍ତି। ଯାହାର ମୂଲ୍ୟ ୭,୮୧,୩୭୦ଟଙ୍କା ଯାହାକି ୧୮.୧୨.୨୦୨୫ରେ ସାର୍ବଜନୀନ ହୋଇଥିଲା ।ଏହାର ଶେଷ ତାରିଖ ୨୬.୧୨.୨୦୨୫ପର୍ଯ୍ୟନ୍ତ ଅଛି ଏହାକୁ ୨୯.୧୨.୨୦୨୫ଦିନ ୧୧ଘଂଟିକା ସମୟରେ ଓପେନ କରିବା ଧାର୍ଯ୍ୟ କରାଯାଥିଲା।କିନ୍ତୁ ଆଜି ସେଇ ଟେଣ୍ଡର କୁ କୋଦଳା ଏନଏସି ତରଫରୁ ଓପେନ କରାଯାଇଛି, ହେଲେ ଏଠି ପ୍ରଶ୍ନ ଉଠୁଛି କେମିତି ପୂର୍ତ୍ତ ବିଭାଗ ବାହାର କରିଥିବା ଟେଣ୍ଡର କୁ କୋଦଳା ଏନଏସି ବାହାର କଲା ,ଏ ନେଇ ଆମ ପ୍ରତିନିଧି ପୂର୍ତ୍ତ ବିଭାଗ ର ଯେଇ ଜୟନ୍ତ କୁମାର ପତି ଙ୍କ ସହ କଥା ହେବାରୁ ସେ କହିଛନ୍ତି କି ସେହି ସ୍ଥାନ ଏନ୍ ଏ ସି କୁ ହସ୍ତାନ୍ତର କରାଯାଇନାହିଁ।ହେଲେ ଏବେ ପ୍ରଶ୍ନ ଉଠୁଛି କେମିତି କୋଦଳା ଏନଏସି ଏହି ଟେଣ୍ଡର ବାହାର କରି ଟେଣ୍ଡର ଓପେନିଙ୍ଗ ମଧ୍ୟ କଲା କିଛି ଦିନ ତଳେ ଏହି ଦୁର୍ନୀତି କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ଏକ୍ସ ମାଧ୍ୟମରେ ରାଜ୍ୟସରକାର ଙ୍କ ଠାରୁ ଆରମ୍ବ କରି ଜିଲ୍ଲା ପ୍ରଶାସନ ଙ୍କୁ ଜଣାହୋଇଥିଲେ ମଧ୍ୟ କିଭଳି ଏମିତି ଦୁର୍ନୀତି କୁ ପ୍ରସୟ ଦେଉ ଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଯେଇ ଧର୍ମେନ୍ଦ୍ର ବାର୍ତ୍ଯା ଓ ଏମଇ ପ୍ରଦୀପ କୁମାର ସାହୁ,ନା ଲୁଟି ଖାଇବାପାଇଁ ଏହି ମାନେ ଏହିପରି ମହା ଘୋଟଲା କରିଛନ୍ତି?ଏହି ଏନଏସି ରେ ଏମିତି ଗୋଟିଏ କାମ ନୁହଁ ଶତାଧିକ କାମରେ ଘୋଟଲା ଓ ଟେଣ୍ଡର ଫିକ୍କ୍ସଙ୍ଗ କରି କୋଟି କୋଟି ଟଙ୍କା ଲୁଟି ସାରିଲେଣି। ପ୍ରତ୍ୟେକ ଦିନ ଏହି ଏନଏସି ର ଦୁର୍ନୀତି ଉପରେ ବିଭିନ୍ନ ଗଣମାଧ୍ୟ୍ୟମ ରେ ଖବର ପ୍ରସାରଣ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ନିରବ ତାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଗତ ୨୮ ତାରିଖ ରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ବେଳେ ଗତ ୨୯ ତାରିଖ ରେ ଜଣେ କାଉସିଲର ତଥା ସାମ୍ବାଦିକ ଭଗବାନ ପାଢ଼ୀ ଙ୍କୁ ଏନଏସି ପରିସରରେ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିର୍ଦେଶ ରେ ମାଡ ମାରି ସିସିଟିଭି ଫୁଟେଜ କୁ ଗାୟବ କରିଦେଇଥିଲେ ମଧ୍ୟ ଆଜକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ଏନଏସି କାର୍ଯ୍ୟାଳୟ ରେ ବର୍ତମାନ ସୁଦ୍ଧା ଶିଶିଟିଭି ଲାଗିନାହିଁ!ଦେଖାଯାଉ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ହେଉଛି ଲୋକଙ୍କ ସରକାର ବୋଲି ଯୋଉ ଡିଣ୍ଡିମ ପିଟୁଛନ୍ତି ଏବଂ ଦୁର୍ନୀତି କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହୁଛନ୍ତି ତାହା କେତେଦୂରୁ କାର୍ଯକାରୀ ହେଉଛି ତାହା ଦେଖିବାକୁ ବାକିରହିଲା।