Home ଆଞ୍ଚଳିକ ଯୁବ ଓ ସମାଜ କଲ୍ୟାଣ ସଂଗଠନର ବୈଠକ

ଯୁବ ଓ ସମାଜ କଲ୍ୟାଣ ସଂଗଠନର ବୈଠକ

15

ଚିକିଟି: ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ସ୍ଥିତ ପାଠାଗାରରେ ଯୁବ ଓ ସମାଜ କଲ୍ୟାଣ ସଂଗଠନ (YASWO) ର ସର୍ବ ପ୍ରଥମ ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେଇଯାଇଛି l ଏଥିରେ ସର୍ବସମ୍ମତିକ୍ରମେ ସଂଗଠନଟିକୁ ସମ୍ପୂର୍ଣ ସକ୍ରିୟ ତଥା କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ବିଭିନ୍ନ ପଦାଧିକାରୀମାନଙ୍କୁ ଚୟନ କରାଗଲା, ଯଥା: ଜ୍ୟୋତିରାଜ ବେହେରା – ସଭାପତି ,ଅମୂଲ୍ୟ ବେହେରା- ସାଧାରଣ ସମ୍ପାଦକ, ବାବୁଲା ସେଠି – କୋଷାଧ୍ୟକ୍ଷ୍। ତତ୍ ସହିତ ନିମ୍ନ ଉଲ୍ଲେଖିତ ଛଅ ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ (Executive Body) ଭାବେ ଚୟନ କରାଯାଇଛି l

ଭଗବାନ ବେହେରା ,ଧନଞ୍ଜୟ ବେହେରା ,କନ୍ଧ ସେଠି ,ଶ୍ରୀବତ୍ସ ସାହୁ ,ସୋମନାଥ ବେହେରା ,ଋଷିକେଶ ବେହେରା । ଏହା ବ୍ୟତୀତ ନିମ୍ନ ଲିଖିତ ବିଷୟଗୁଡିକ ଉପରେ ନିଷ୍ପତି ନିଆଗଲା l ବହୁ ବର୍ଷ ଧରି ନିଷ୍କ୍ରିୟ ହେଇ ପଡ଼ିଥିବା ଏହି ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବା ,ସଂଘ ଦ୍ୱାରା ପରିଚାଳିତ ପାଠାଗାରର ଅନୁସାଙ୍ଗିକ ଭିତିଭୂମିର ବିକାଶ ପାଇଁ ପଦକ୍ଷେପ ନେବା ,ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବା |