ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବତିଶତମ ସ୍ଵନକ୍ଷତ୍ର ଦିବସ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳନ

29

ବୁଗୁଡ଼ା,୧୨/୮(ଜିଲ୍ଲା ଖବର) : ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବତିଶତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୯୩ ଅଗଷ୍ଟ ମାସ ୧୨ ତାରିଖ ଆଜିର ଦିନରେ ମାତ୍ର ଅଳ୍ପ କେତେକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷା ଅନୁଷ୍ଠାନ ଆଜି ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ମହାଦ୍ରୁମ ରୂପେ ପରିଚିତ ହୋଇପାରିଛି।

ପ୍ରାତଃ କାଳରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଯଞାନୁଷ୍ଠାନ ଆୟୋଜନ ପୂର୍ବକ ଦେବାଦେବୀଙ୍କ ପୂଜାର୍ଚ୍ଚନା ଓ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା। ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଅପରାହ୍ନରେ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତର୍ଭୁକ୍ତ କରି ଆନ୍ତର୍ଜାତିକ ଯୁବ ଦିବସ ପାଳନ କରାଯାଇଥିଲା।

ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ଏକ ଆଲୋଚନା ଚକ୍ରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ, ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପିକା ମିନତୀ ଆଚାରୀ,ଭକ୍ତଲତା ମହାପାତ୍ର,ସଲୀଳା ନାୟକ, ପ୍ରେମାନନ୍ଦ ପ୍ରଧାନ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଯୁବସମାଜର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ରଶ୍ମି ରଞ୍ଜନ ତ୍ରିପାଠୀ, ଭାବଗ୍ରାହୀ ମହାପାତ୍ର, କାହ୍ନୁଚରଣ ଦାସ, ରମାକାନ୍ତ ରାଉତ, ସନ୍ତୋଷ କୁମାର ପରିଡ଼ା, ସଞ୍ଜୟ କୁମାର ପାତ୍ର, ସଞ୍ଜୟ କୁମାର ବିଷୋୟୀ ନବଘନ ପ୍ରଧାନ, ମୁଦୁରାଜୁ ଦୋରା, ସୀମାଞ୍ଚଳ ଗୈ।ଡ଼ ସହଯୋଗ କରିଥିଲେ। ସମ୍ମାନୀତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ମହେନ୍ଦ୍ର ପ୍ରସାଦ ପଣ୍ଡା, ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ସେମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ।ମହାବିଦ୍ୟାଳୟ ଅଟ୍ଟାଳିକା କୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ପାଇଁ ପ୍ରୀତି ଭୋଜନ ଆୟୋଜନ କରାଯାଇଥିଲା।