
ଚିକିଟି,୧୧/୮[ଜିଲ୍ଳା ଖବର]: ପାତ୍ରପୁର ବ୍ଳକ ଖରଣୀପଡ଼ା ଗ୍ରାମ ର ନୀଳମଣି ପ୍ରଧାନ ବୟସ ୪୦ ବର୍ଷ କିଛି ଦିନ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କୁ ସେବା ସଂସ୍ଥାନ ତରଫରୁ ରକ୍ତ ଆବଶ୍ୟକତା ହେବାରୁ ରକ୍ତ ଯୋଗାଇ ଦିଆଯାଇଥିଲା ।କିନ୍ତୁ ଭଗବାନ ଙ୍କ ଖେଳ ଆଗରେ ମନୁଷ୍ୟ ବା କଣ କରିପାରିବ ଗତ ତା-୧୯.୭.୨୦୨୫ ରିଖ ରେ ନୀଳମଣି ପ୍ରଧାନ ମୃତ୍ୟୁବରଣ କଲେ । ତାଙ୍କର ଦୁଇଟି ଛୋଟ ଛୋଟ ଝିଅ ଜଣକୁ ୯ ବର୍ଷ ଓ ଅନ୍ୟ ଜଣକୁ ୭ ବର୍ଷ । ଘରେ ବୁଢ଼ାବାପା, ମା ଓ ସ୍ତ୍ରୀ । ଆର୍ଥିକ ପରିସ୍ଥିତି ଠିକ୍ ନାହିଁ ଚିକିତ୍ସା କରି ସର୍ବସ୍ବାନ୍ତ , ତାଙ୍କ ପରିସ୍ଥିତି ବିଷୟ ରେ ଭାବିଲା ବେଳେ ନିଜ ଆଖିରୁ ଲୁହ ଆସିଯାଉଛି । ଭଗବାନ ଏମିତି ଦୁଃଖ କାହାକୁବି ନ ଦିଅନ୍ତୁ ,ଏହା ଆମ୍ଭର ପ୍ରାର୍ଥନା । ଏହି ଦୁଃଖଦ ଖବର ଶୁଣି ଚିକିଟି ସେବା ସଂସ୍ଥାନର ସଭ୍ୟମାନେ , ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଓ ସମ୍ପାଦକ ନାରାୟଣ ସେଠୀ ଙ୍କ ନେତୃତ୍ଵ ରେ ଖରଣୀପଡା ତାଙ୍କର ବାସଭବନରେ ପହଞ୍ଛି ପରିବାରକୁ ସାନ୍ତ୍ଵନା ଦେବାସହ ଗୋଟିଏ ପ୍ୟାକେଟ୍ ଚାଉଳ , ପିଲାମାନଙ୍କ ନିମନ୍ତେ ପୋଷାକ ସହିତ କିଛି ଖାଦ୍ୟ ସାମଗ୍ରୀ ଓ ୫୦୦୦ ଟଙ୍କା ଦେବା ସହ ପ୍ରତି ମାସରେ ପିଲାମାନଙ୍କ ହାତ ଖର୍ଚ୍ଚ ନିମନ୍ତେ ୬୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଭଗବାନ୍ ତାଙ୍କ ଅଧୁରା ସ୍ବପ୍ନକୁ ସାକାର କରି ତାଙ୍କ ପରିବାର ର ହଜି ଯାଇଥିବା ହସ ଆଉ ଖୁସିକୁ ପୁଣି ଥରେ ଫେରାଇ ଆଣନ୍ତୁ ବୋଲି ସେବା ସଂସ୍ଥାନ ର ସମସ୍ତ ସଭ୍ୟ ମାନଙ୍କ ତରଫରୁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲ।



