Home ଆଞ୍ଚଳିକ ସୁନାପୁର ବେଳାଭୂମି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନାପୁର ବେଳାଭୂମି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

32

ଚିକିଟି,୦୩/୨(ଋଷିକେଶ ବେହେରା) :  ଗଞ୍ଜାମ ଜିଲ୍ଲା ସୁନାପୁର ମହୋତ୍ସବ ୨୦୨୦ ପାଳନ ନେଇ ରବିବାର ପୂର୍ବାହ୍ନରେ ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବିଧାୟିକା ଉଷାରାଣୀ ଦେବୀଙ୍କ ଅଧକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଡ଼ିଓ ଫାଲଗୁନୀ ମାଝୀ, ଅତିରିକ୍ତ ତହସିଲଦାର ଡକ୍ଟର ଶକ୍ତି ପ୍ରସାଦ ଶ୍ରୀ ଚନ୍ଦନ , ବ୍ଲକ ଅଧକ୍ଷା ଏମ.ପଦ୍ମାଙ୍କ ସମେତ ବ୍ଳକ ଏବଂ ଏନଏସିର ବୁଦ୍ଧିଜିବୀ, ସଚେତନ ନାଗରିକ, ଆଇନଜିବୀ, ରାଜନେତା, କଳାକାର, ସାହିତ୍ୟିକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମେତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୭ ରୁ ୯ ତାରିଖ ଯାଏଁ ତିନି ଦିନ ବ୍ୟାପି ଏହି ମହୋତ୍ସବ ପାଳନ ହେବ ବୋଲି ସୂଚନା ଦିଆଯାଇଛି ।