
ଜୀବନ ନାଟକ ସରିଯିବ ମୋର
ସବୁଯିବ ଅଧାରହି
ଆସିଥିଲି ଏକା ଚିଲିଯିବି ଏକା
ସାଥିରେ ଯିବେନି କେହି l
ସଖା ସହୋଦର ତୁହି ଏକା ମୋର
ତୋବିନୁ ଆନକେ ନାହିଁ,
ତେଣୁରେ କାଳିଆ ଥରିଉଠେ ହିଆ
କାଳେ ପର କରିଦେଇ l
ଝର କରିଦେବୁ ଦୁଇକୂଳେ ମୋର
ଅହଂକାର ଯିବ ବହି,
ସଙ୍ଗମ ସଂକଳ୍ପ ବ୍ୟର୍ଥ ହୋଇଯିବ
ମିଳନ ଜୀବମୋ ରହି l
ସଂସାର ସଉଦା କରୁ କରୁ କେବେ
ରାତିଯିବ ମୋର ପାହି,
ମୁଠାଏ ସପନ ଧରି ଆସିଥିଲି
ଚାଲିଯିବି ବିଞ୍ଚିଦେଈ ll
ବଳରାମ ପୋଲାଈ
ଉପସ୍ଥାପକ



