
ଚିକିଟି ,୨୫/୭ : ଚିକିଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ୟୁ.ଏ. ଏସ.କର୍ମଶାଳା ଚିକିଟି ଗଡ଼ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି I ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଉଦଘାଟନ କରି କର୍ମଶାଳାର ଉଦ୍ଧେଶ୍ୟ, ଦୈନନ୍ଦିନ ସମସ୍ତ ପିଲା, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଡିଜିଟାଲ ଉପସ୍ଥାନ, ନାମଲେଖା ରେ ସ୍ୱଛତା ଓ ସମସ୍ତ ଅନଲାଇନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରଥିଲେ I ବିଆରସିସି ତ୍ରିନାଥ ମଲ୍ଲିକ, ଏବିଇଓ ନିଗମାନନ୍ଦ ପଣ୍ଡା, ପ୍ରଧାନଶିକ୍ଷକ ବାସୁଦେବ ମହାନ୍ତି ପ୍ରମୁଖ କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କ ରେ ବୁଝେଇଥିଲେ. ସମସ୍ତ ସିଆରସିସି ଓ ବିଭିନ୍ନ ବିଦ୍ୟାଳୟର ଶହେରୁ ଅଧିକ ପ୍ରଧାନ ଶିକ୍ଷକ ଏହି କର୍ମଶାଳାରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ I କର୍ମଶାଳାରେ ଏମଆଇଏସ ଅମିତ ପାଢ଼ୀ ଓ ସିଆରସିସି ସୁଜିତ କୁମାର ପାଢ଼ୀ ସମ୍ବଳଶିକ୍ଷକ ରୂପେ ତାଲିମ୍ ପ୍ରଦାନ କରିଥିଲେ I



