
ଆସିକା,୨୪/୭ :ଆସିକା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଶୁଭ ମୁହୂର୍ତ୍ତର ସଭାରେ ସମ୍ମାନିତ ଅତିଥି ଭାବେ ମହନ୍ତ ମହାରାଜ ଚୈତନ୍ୟ ଚରଣ ଦାସ ମୁଖ୍ୟ ଅତିଥି ରୂପେ ଡ. ବାୟାମନୁ ଚର୍ଚ୍ଚି , ମୁଖ୍ୟ ବକ୍ତା ଭାବେ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ , ପ୍ରତିଷ୍ଠା ଦିବସ ପାଳନର ସଂଯୋଜକ ସିଲୁ ସେଠି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଉଦିତ ନାରାୟଣ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରି ଚ୍ଛାତ୍ର ଛାତ୍ରୀ ମଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ଏହା ସହିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ଉତ୍ତୀର୍ଣ୍ଣ ହୋଇଥିବା ବିଜ୍ଞାନର ଛାତ୍ରୀ ସନ୍ଧ୍ୟା ରାଣୀ ଗଉଡ଼ ଓ କଳାର ଛାତ୍ରୀ ଝରଣା ଦଳ ବେହେରା ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିମନ୍ତେ ଅଧ୍ୟାପକ ଅଜିତ୍ କୁମାର ମୁଖୀ ଏବଂ ଚପରାସି ଅଶୋକ କୁମାର ଡାକୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀ ଅଭିଷେକ ବେହେରା, ବିତ୍ତୀୟ ଅଧିକାରୀ ଶ୍ରୀ ରୁଦ୍ରମାଧବ ମହାନ୍ତି, ଶୈକ୍ଷିକ ଅଧିକାରୀ ଡ଼କ୍ଟର କୁନା ସୁନା ଓ ଅନ୍ୟାନ୍ୟ ଅଧ୍ୟାପକ /ଅଧ୍ୟାପିକା ଯଥା – ଶ୍ରୀ ରୁଦ୍ର ମାଧବ ମହାନ୍ତି , ଶ୍ରୀ ଆଲୋକ ପ୍ରଧାନ , ଶ୍ରୀ ଉପେନ୍ଦ୍ର ମାଝୀ , ଡ଼, ଜୀବନ କୃଷ୍ଣ ଦାସ, ଶ୍ରୀ ଅଜିତ୍ କୁମାର ପଟ୍ଟନାୟକ , ଶ୍ରୀ ଅଜିତ୍ କୁମାର ମହାପାତ୍ର , ଶ୍ରୀ ବିକାଶ ଦିଗାଲ, ଶ୍ରୀ ଅଜିତ୍ କୁମାର ମୁଖୀ,ଶ୍ରୀ ଉଦିତ ନାରାୟଣ ଦାସ , ଅଧ୍ୟାପିକା ସ୍ଵପ୍ନାରାଣି ପଟ୍ଟନାୟକ , ସୁଶ୍ରୀ ସଂଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଶ୍ରୀମତୀ ଜସ୍ମିନି କୁମାରୀ ନାୟକ, ସୁଶ୍ରୀ କିରଣ ଡାକୁଆ , ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ଵରି ରଥ , ସୁଶ୍ରୀ ପ୍ରିୟଙ୍କା ସ୍ୱାଇଁ, କେ.ସ୍ମିତା. ପାତ୍ର, ସୁଶ୍ରୀ ସୁଚିସ୍ମିତା ପଟ୍ଟନାୟକ , ସୁଶ୍ରୀ ଶୁଭଶ୍ରୀ ସାହୁ , ସୁଶ୍ରୀ ଯାଜ୍ଞସେନି ପ୍ରଧାନ , ସୁଜାତା ସିଂ , ଶ୍ରୀ ମନୁ ସ୍ୱାଇଁ , ଅନୁପ କୁମାର ଷଡଙ୍ଗୀ , ପ୍ରମୋଦ କୁମାର ଆପଟ୍ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଅଗ୍ରସର ହେବା ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି I ସଭାର ଶେଷରେ ଡ କୁନା ସୁନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।




