
ଛତ୍ରପୁର,୨୨/୭(ଜିଲ୍ଲା ଖବର) : ତେର ସ୍ଥାନ ମୁନି ,ରାଉଳ କୁଳ ସମାଜର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ରାଉଳଙ୍କ ୮୦ ବର୍ଷ ବୟସରେ ବିୟୋଗ ହୋଇଛି।ସ୍ବର୍ଗତ ରାଉଳ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ କିନ୍ତୁ ଗତ କାଲି ଅର୍ଥାତ ୨୧ ଜୁଲାଇ ସକାଳ ୭ଟା ରେ ଦେହତ୍ୟାଗ କରିଥିଲେ।ମୃତ୍ୟ ବେଳକୁ ଶଯ୍ୟା ନିକଟରେ ପୁଅ ବାବୁ ରାଉଳ ,ତିନି ଝିଅ ବବି, ରୁନୁ, ଟିକି,ଜ୍ୱାଇଁ କୈଳାସ ,ତୋଫାନ, ପ୍ରଶାନ୍ତ ,କୃଷ୍ଣ ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ସ୍ବର୍ଗତ ଅଭିମନ୍ୟୁ ରାଉଳ ଜଣେ ସଚୋଟ ଓ ପରୋପକାରୀ ବ୍ୟକ୍ତି ଥିଲେ ଓ ସେ ଦୀର୍ଘ ବର୍ଷ ଧରି ରାଉଳ କୁଲ ସମାଜର ସଭାପତି ଓ କୋଷାଧ୍ୟକ୍ଷ ପଦବୀରେ ରହି କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଥିଲେ।ସ୍ବର୍ଗତ ଅଭିମନ୍ୟୁ ରାଉଳ କୁଳ ସମାଜର ବିକାଶ ପାଇଁ ସର୍ବଦା ଚେଷ୍ଟିତ ଥିଲେ ଓ ଏହା ବ୍ୟତୀତ କୁଳ ସମାଜର ବିଭିନ୍ନ ସମସ୍ୟା କୁ ଆଚାରୁ ରୂପେ ସମାଧାନ କରୁଥିଲେ। ତେର ସ୍ଥାନ ରାଉଳ କୁଳ ସମାଜ ର ସଭାପତି ହିସାବରେ ଛତ୍ରପୁର ସହ ଆକପାଖ ଅଞ୍ଚଳରେ ବେଶ ପ୍ରିୟ ଭାଜନ ହୋଇ ପାରିଥିଲେ ଓ ସେ ପୁରୁଣା ପାଟଣା ଠାରେ ସମାଜ ଗୃହ ନିର୍ମାଣ କରିଥିଲେ।।ସ୍ବର୍ଗତ ଅଭିମନ୍ୟୁ ସରକାରୀ ଚାକିରୀ ରୁ ଅବସର ନେଲା ପରେ ପିତୃକ ଘର ପୁରୁଣା ପାଟଣା ଛାଡି ଛତ୍ରପୁର ରେ ନିଜ ଘରେ ରହି ଆସୁଥିଲେ।ଆଜି ଅଭିମନ୍ୟୁ ରାଉଳ ଙ୍କ ଦେହାନ୍ତ ଖବର ଶୁଣିବା ପରେ ଛତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ଆଜି ତାଙ୍କର ମର ଶରୀରକୁ ଶେଷ ଦର୍ଶନ କରିବାକୁ ବହୁ ଆତ୍ମୀୟ ସ୍ୱଜନ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଓ ପରେ ତାଙ୍କୁ ପୁରୀ ସ୍ୱର୍ଗ ଦ୍ୱାରରେ ଦାହ କରାଯାଇଥିଲା।




