ସେବା ସଂସ୍ଥାନ ର ବୃକ୍ଷରୋପଣ

13

ଚିକିଟି,୨୧/୭(ଜିଲ୍ଲା ଖବର) : ବୃକ୍ଷ ରୋପଣ କୁ ପ୍ରତ୍ୟେକ ସମୟରେ ପ୍ରଧାନ୍ୟ ଦିଆଯାଇଛି କାରଣ ବୃକ୍ଷ ରହିଲେ ହିଁ ସଭ୍ୟତା ରହିବ । ଅତଏବ ବୃକ୍ଷ ରୋପଣ ଏକ ଜାତୀୟ କର୍ତ୍ତବ୍ୟ । ଏହି ମନୋଭାବ ପୋଷଣ କରି ସେବା ସଂସ୍ଥାନ ତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆଗକୁ ନେଇଛି । ୭୬ ତମ ବନମହୋତ୍ସବ ଅବସରରେ ବଡ଼ଗାଁ ରାସ୍ତାରେ 30 ଗୋଟି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ ହୋଇଥିଲା । ସେଥିରେ ସେବା ସଂସ୍ଥାନ ର କିଛି ସଭ୍ୟ,ଉକ୍ତ ଗ୍ରାମର କିଛି ବ୍ୟକ୍ତି ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ଏଥିରେ ଅତିଥି ରୂପେ ଚିକିଟି ବଣପାଳ କାମନା ଭୂୟାଁ ଓ ତାଙ୍କ ସହକର୍ମୀ ଯୋଗଦାନ କରି ବୃକ୍ଷରୋପଣ ବିଷୟରେ ନିଜର ମନ୍ତବ୍ୟ ରଖିଥିଲେ ।ସେବା ସଂସ୍ଥାନ ଏହିଭଳି ସମାଜ କଲ୍ୟାଣ କାର୍ଯ୍ୟକ୍ରମ କୁ ଜାରି ରଖିଥିବାରୁ ସମସ୍ତ ମହଲରୁ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାରିଛି ।