Home ଆଞ୍ଚଳିକ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ବନ ମହୋତ୍ସବମାଆ ପାଇଁ ଗଛଟିଏ ୨.୦ ପାଳନ

ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ବନ ମହୋତ୍ସବମାଆ ପାଇଁ ଗଛଟିଏ ୨.୦ ପାଳନ

34

ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ, କେନ୍ଦୁପଦର ମାନକ ପାଠ ପଢ଼ା ସହ ନିଜର ପରିବେଶ ପ୍ରତି ନିଜର କର୍ତ୍ତବ୍ୟକୁ ପାଳନ କରେ; ସେହି କ୍ଷେତ୍ରରେ ହିଁ ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ବିଷୋୟୀଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଶାଳ ବନ ମହୋତ୍ସବ ଆୟୋଜିତ ହୋଇ ଯାଇଛି I ଅନୁଷ୍ଠାନର ଯୁବ ରେଡ୍ କ୍ରୋସ, ଜାତୀୟ ସେବା ଯୋଜନା ଓ ଭାରତୀୟ ସ୍କାଉଟ ଗାଇଡ଼ର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଟି ବୃକ୍ଷ ରୋପଣ କରାଯାଇଛି I “ମାଆ ପାଇଁ ଗଛଟିଏ ୨. ୦” ନାମରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନରେ ଅତି ସଫଳ ଭାବରେ ପାଳିତ ହୋଇଛି I ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ବିଷୋୟୀ ପ୍ରଥମେ ଏକ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ I ସମସ୍ତ ସ୍ବେଚ୍ଛାସେବୀ, ସ୍ବେଚ୍ଛାସେବିନୀ, ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ର ମିଳିତ ଭାବରେ ବୃକ୍ଷ ରୋପଣ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରୋସର ସଂଯଜୋକ ଡ଼କ୍ଟର କୁନା ସୁନା, ସହ ସଂଯୋଜିକା ସୁଶ୍ରୀ ଶୁଭଶ୍ରୀ, ଭାରତୀୟ ସ୍କାଉଟ ଓ ଗାଇଡ଼ର ରୋଭର ଶ୍ରୀ ଉପେନ୍ଦ୍ର ମାଝୀ, ରେଞ୍ଜର ସୁଶ୍ରୀ ସୁଜାତା ଟେଟେ ଏବଂ ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ସିଲୁ ସେଠୀ, ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀ ଅଭିଷେକ ବେହେରା ଓ ବିତ୍ତୀୟ ଅଧିକାରୀ ଶ୍ରୀ ରୁଦ୍ରମାଧବ ମହାନ୍ତି ଆଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି I