
ଆସିକା, ୧୯/୭ (ଜିଲ୍ଲା ଖବର) : ଆସିକା ବ୍ଲକ ଅନ୍ତର୍ଗତ ବରଗାଁର ବରିଷ୍ଠ ସମାଜସେବୀ ତଥା ଜଣାଶୁଣା ଠିକାଦାର ସଂଗ୍ରାମ ନାୟକ (ବୟସ ପ୍ରାୟ ୫୩ ବର୍ଷ)ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଥିବା ଜଣାପଡିଛି। ବରିଷ୍ଠ ସମାଜସେବୀ ସଂଗ୍ରାମ ନାୟକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ରୂପେ ପରିଚିତ ଥିବାରୁ ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ବରିଷ୍ଠ ସମାଜସେବୀ ସଂଗ୍ରାମ ନାୟକଙ୍କ ଅକାଳ ବିୟୋଗରେ ଆସିକାର ବରିଷ୍ଠ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ବେହେରା, ସମାଜସେବୀ ସୌମେନ୍ଦ୍ର କୁମାର ପଟ୍ଟନାୟକ, ରାମକୃଷ୍ଣ ପଣ୍ଡା, ଗଣେଶ ରଥ, ମହମ୍ମଦ ହମିଦ, ସଂଗ୍ରାମ କେଶରୀ ପାଢୀ, ଗଣେଶ ମହାରଣା, ପ୍ରଣୟ ମହାନ୍ତି ,ରାମକୃଷ୍ଣ ପାତ୍ର ,ସିମାଞ୍ଚଳ ପାତ୍ର,ସୁଧିର କୁମାର ପାଣିଗ୍ରାହୀ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି | ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ରଶ୍ମିତା ନାୟକ,ପୁତ୍ର ଅଂଶୁମାନ ନାୟକ, କନ୍ୟା ମୌସୁମୀ ନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲା ବେଳେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ଜଣାପଡିଛି ।



