ଚିକିଟିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

39

ଚିକିଟି,୧୭/୭(ଜିଲ୍ଲା ଖବର) : ଚିକିଟି ଯୁବ ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ବାଲେଶ୍ଵର ଏଫ୍ଏମ କଲେଜ୍ ର ଛାତ୍ରୀ ସୌମ୍ୟାଶ୍ରୀ ଭଉଣୀ ଙ୍କ ଅମର ଆତ୍ମା ର ସଦ୍ଗତି ପ୍ରାର୍ଥନା କରି ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରବାଲୁଆ ଠାକୁରାଣୀ ମନ୍ଦିର ଠାରୁ ବାହାରି ଚିକିଟି ନେଳିଆ ବନ୍ଧ ରେ 2 ମିନିଟ୍ ନିରବ ପ୍ରାର୍ଥନା କରି ଶେଷ ହୋଇଥିଲା। ପ୍ରଥମେ ଉତ୍ସାହୀ ଯୁବକ ମାନେ କରବାଲୁଆ ଠାକୁରାଣୀ ମନ୍ଦିର ଠାରେ ପହଞ୍ଚିଥିଲେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେଠାରୁ କ୍ୟାଣ୍ଡଲ୍ ଯାତ୍ରା ବାହାରିଥିଲା ଏହି ଯାତ୍ରା ଏକ ଭାବ ବିହଳ ପରିବେଶ ସୃଷ୍ଟି କରିଥିଲା।ଏହି ଶୋଭାଯାତ୍ରା ରେ କୃଷ୍ଣ ସାହୁ, ଶିବ ସାହୁ,ବାପି ପ୍ରଧାନ,ସମୀର ପ୍ରଧାନ, ବିକ୍ରମ ବେହେରା,ଶିବ ମହାରଣା,ଶିବ ଗୌଡ଼ ,ଭଗବାନ୍ ସାହୁ ,ରବି ସାହୁ, ବଳରାମ ପ୍ରଧାନ,ରାଧେଶ୍ୟାମ ସାହୁ,ଆଶିଷ ସାହୁ, ସମର୍ଥ ବେହେରା, ନିଳାଞ୍ଚଳ ବେହେରା,ଗଙ୍ଗା ସେଠୀ, ମା ବାଳକୁମାରୀ ଅଟୋ ସଂଘ ର ସଭାପତି ଧୋବା ବେହେରା ଏବଂ ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ଚିକିଟି ଏବଂ ପୋଡ଼ଶି ଗ୍ରାମରୁ ମଧ୍ଯ ବହୁ ଯୁବକ ଉକ୍ତ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ।