
ବ୍ରହ୍ମପୁର,୧୭/୭(ଜିଲ୍ଲା ଖବର) : “ସାହାଣୀ କପ ୨୦୨୫” ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନ ଦ୍ଵିତୀୟ ଦିନ ରେ ଦୁଇଟି ମ୍ୟାଚ ହୋଇଛି। ପ୍ରଥମ ମ୍ୟାଚ କୋରାପୁଟ ଜିଲ୍ଲା ସହ ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ହୋଇଥିଲା। ମୟୁରଭଞ୍ଜ ଦଳ ୦ ଗୋଲ କରିଥିବା ବେଳେ କୋରାପୁଟ ଦଳ ୪ ଗୋଲ କରି ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ଲକ୍ସମନ ସେଠ,ପରେଶ ଭୋଇ,ବଳରାମ ସେ,ନିତ୍ୟାନନ୍ଦ ମେହେର ଥିଲେ।
ଦ୍ଵିତୀୟ ମ୍ୟାଚ ମାଲକାନଗିରି ଜିଲ୍ଲା ଓ ରାୟଗଡା ଜିଲ୍ଲା ମଧ୍ୟରେ ହୋଇଥିଲା। ରାୟଗଡା ଦଳ ମାତ୍ର ୧ ଗୋଲ କରିଥିବା ବେଳେ ମାଲକାନଗିରି ୮ ଗୋଲ କରି ବିଜୟ ହାସଲ କରିଛନ୍ତି । ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ଦିଗବିଜୟ ଦାସ,ଜଗନ୍ନାଥ ମାଝୀ,ଅମିତ ସିଂ, ଶିବ ଦେହୁରୀ ଏବଂ ଉଭୟ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର ଥିଲେ।
ଏହି ମ୍ୟାଚ ରେ ଗଞ୍ଜାମ ଜିଲ୍ଲା ର ପୂର୍ବତନ ଫୂଟବଲ ଖେଳାଳି ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜେନ୍ଦ୍ର ଗନ୍ତାୟତ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।



