
ଭଂଜନଗର,୯/୭ : ଆଜି ସର୍ବଭାରତୀୟ ସ୍ତରରେ ବିଭିନ୍ନ ଶ୍ରମିକ ସଙ୍ଗଠନ ମାନେ ଧର୍ମଘଟର ଡାକରା ଦେଇଛନ୍ତି। ଶ୍ରମିକ ମାନଙ୍କ ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ଆଜି ଚାଷୀ ମୂଲିଆ ସଂଘ, ମାନବ ଅଧିକାର ସୁରକ୍ଷା ମଞ୍ଚ ଓ ଅଲ୍ ଇଣ୍ଡିଆ ଖେତ୍ ମଜଦୂର କିଷlନ୍ ସଭା ର ମିଳିତ ଉଦ୍ୟମରେ ଭଂଜନଗର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ସ୍ଲୋଗାନ ଓ ବିକ୍ଷୋଭ କରି ପ୍ରତିବାଦ ଅନୁଷ୍ଠିତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି l
ଚାରିଗୋଟି ଶ୍ରମ କୋଡ଼ ବାତିଲ କରିବା ସହ ଦୈନିକ ଶ୍ରମ ସମୟ ୮ ଘଣ୍ଟା କାମ ପାଇଁ କଡାକଡି ଲାଗୁକରିବା ,ଠିକା ଓ ଆଉଟ ସୋର୍ସିଙ୍ଗ,ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଯୋଗାଇଦେବା,ବିଦ୍ୟୁତ ସଂଶୋଧନ ବିଲ ୨୦୨୨ ପ୍ରତ୍ୟାହାର କରିବା, ପ୍ରିପେଡ଼ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା, ଜଙ୍ଗଲ ସଂରକ୍ଷଣ ଆଇନ ୨୦୨୩ କୁ ବାତିଲ କରିବା ସହ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ କଡାକଡି ଲାଗୁ କରିବା, ଆଦିବାସୀ ଦଳିତ ଓ ଭୂମିହୀନଙ୍କୁ ଭୂମି ଅଧିକାର ପ୍ରଦାନ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ଏମ ଏସ ପି ପାଇଁ ଆଇନ ଲାଗୁକରିବା,କୃଷିଋଣ ଛାଡ଼ କରିବା ସହ ସାର, ବିହନ, ଔଷଧ, ବିଦ୍ୟୁତ କ୍ଷେତ୍ରରେ ସବସିଡି ପ୍ରଦାନ କରିବା , ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଦେଇଥିବା ପ୍ରତିଶୃତି ପାଳନ କରିବା, ରେଳବାଇ, ବ୍ୟାଙ୍କ, ବୀମା,କେନ୍ଦ୍ରୀୟ ଉଦ୍ୟୋଗ ଆଦିକୁ ଘରୋଇକରଣ ବନ୍ଦ କରିବା ଓ ଖଣି ଓ ପ୍ରାକୃତିକ ସମ୍ପଦର ଅବିଚାର ଲୁଣ୍ଠନ ବନ୍ଦ କରିବା, ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବାର୍ଷିକ ଦୁଇ ଶହ ଦିନର କାମ ଯୋଗାଇ ଦୈନିକ ମଜୁରୀ ୭୦୦ ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଆଜି ଧର୍ମଘଟ କରାଯାଇଥିଲା l ଅଲ୍ ଇଣ୍ଡିଆ ଖେତ ମଜଦୂର କିଷlନ ସଭାର ଗଂଜାମ ଜିଲ୍ଲା ସଂପାଦକ ନିରାକାର ନାୟକ,ଜଗନ୍ନାଥ ପ୍ରସାଦ ବ୍ଲକ ସମ୍ପାଦକ ସଞ୍ଜୟ ନାୟକ,ଭଂଜନଗର ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ଅଭିମନ୍ୟୁ ଗୌଡ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା, ଚାଷୀ ମୂଲିଆ ସଂଘର ଆହ୍ୱାନରେ ଭଞ୍ଜନଗର ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ମୁରଲୀ ମନହର ସାହୁ, ସଭାପତି ଅଦାଲା ପୁରୁଷତ୍ତମ, ଅବସରପ୍ରାପ୍ତ ବରିଷ୍ଠ ସଦସ୍ୟ ଏନ ରଘୁନାଥ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l




